ନୱାଜ ସରିଫ୍‌ଙ୍କ ଭାଇ ଶାହବାଜ୍ ଗିରଫ

ଇସ୍‌ଲାମାବାଦ: ଦୁର୍ନୀତି ମାମଲାରେ ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ ସରିଫ୍‌ଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସାନଭାଇ ଶାହବାଜ (୬୭)ଙ୍କୁ ଆଜି ଗିରଫ କରାଯିବା ପରେ ଲାହୋରର ନ୍ୟାସ୍‌ନାଲ୍ ଆକାଉଣ୍ଟେବିଲିଟି ବ୍ୟୁରୋ(ଏନ୍‌ଏବି)ର ଏକ ଟିମ୍ ସମ୍ମୁଖରେ ହାଜର କରାଯାଇଥିଲା। ଶନିବାର ତାଙ୍କୁ ରିମାଣ୍ଡ ଦେବା ପାଇଁ ଏକ କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର