ନଓ୍ଵାଜ ସରିଫ୍‌ ରାଜନୀତିରେ ଆଜୀବନ ଅଯୋଗ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମ୍‌ କୋର୍ଟ ଆଜି ଏକ ଐତିହାସିକ ରାୟ ଦେଇ ଦେଶର ଦୁର୍ନୀତି ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ଙ୍କୁ ଆଜୀବନ ରାଜନୀତି ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେ କୌଣସି ସାର୍ବଜନୀନ ପଦବିରେ ରହିପାରିବେ ନାହିଁ ବୋଲି କୋର୍ଟ ରାୟ ଦେବାପରେ ନଓ୍ଵାଜଙ୍କ ରାଜନୀତିରେ ପୂର୍ଣ୍ଣଛେଦ ପଡ଼ିଛି। ୫ ଜଣିଆ ପୀଠ ସର୍ବସମ୍ମତିକ୍ରମେ ଆଜି ଏହି ରାୟ ଶୁଣାଇବା ପରେ ପାକିସ୍ତାନ ରାଜନୀତିରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ୬୯ ବର୍ଷୀୟ ନଓ୍ଵାଜ ୨୦୧୭ ପାନାମା ପେପର୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଜି କୋର୍ଟ ରାୟ ପରେ ନଓ୍ଵାଜଙ୍କ ଦଳରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ପାକିସ୍ତାନ ରାଜନୀତି ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର