ନଓ୍ଵାଜ୍‌ଙ୍କ ପତ୍ନୀଙ୍କ ପରଲୋକ

ଇସଲାମାବାଦ୍‌: ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫଙ୍କ ପତ୍ନୀ କୁଲସୁମ୍‌ ନଓ୍ଵାଜ୍‌ଙ୍କର ଆଜି ପରଲୋକ ଘଟିଛି। କର୍କଟ ରୋଗ ସହ ଦୀର୍ଘ ଦିନର ସଂଘର୍ଷ ପରେ ୬୮ ବର୍ଷୀୟା କୁଲସୁମ୍‌ ନଓ୍ଵାଜ ଆଜି ଲଣ୍ଡନ୍‌ ସ୍ଥିତ ହାର୍ଲି ଷ୍ଟ୍ରିଟ୍‌ କ୍ଲିନିକ୍‌ରେ ବୁଜିଛନ୍ତି। ୧୯୭୧ରେ ସେ ନଓ୍ଵାଜ ସରିଫ୍‌ଙ୍କୁ ବିବାହ କରିଥିଲେ ଏବଂ ୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ପିଏମ୍‌ଏଲ-ଏନ୍‌ର ଅଧ୍ୟକ୍ଷ ରହିଥିଲେ।

ସମ୍ବନ୍ଧିତ ଖବର