ମୁମ୍ବାଇ: ‌ କୋଟିପତି ଶିଳ୍ପପତି ତଥା ରେମଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ସିଂଘାନିଆ ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ଅଲଗା ହୋଇ ଯାଇଛନ୍ତି।

Advertisment

ଦୀର୍ଘ ୩୨ ବର୍ଷ ଏକାଠି ରହିବା ପରେ ଗୌତମ ସିଂଘାନିଆ ଓ ନୱାଜ ମୋଦୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସ୍ତ୍ରୀ ଗୌତମଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ଏକ ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତରେ ସେ ସ୍ବାମୀଙ୍କ ସମ୍ପତ୍ତିର ୭୫ ପ୍ରତିଶତ ନେବାକୁ ଦାବି କରିଛନ୍ତି।

ନୱାଜ ମୋଦୀ କୋଟିପତି ଗୌତମ ସିଂଘାନିଆଙ୍କୁ ୧୧,୬୨୦କୋଟି ସମ୍ପତ୍ତିର ୭୫ ପ୍ରତିଶତ ଭାଗ ନେବା ପାଇଁ ଦାବି କରି କହିଛନ୍ତି, ‘ ମୁଁ ଏହି ଭାଗ ମୋ ଝିଅ ନିହାରିକା, ନିଶା ଓ ମୋର ଭରଣପୋଷଣ ପାଇଁ ମାଗୁଛି।’

ସ୍ତ୍ରୀଙ୍କ ଏଭଳି ଦାବିର ସମର୍ଥନ କରି ଗୌତମ ସିଂଘାନିଆ ଝିଅ ଓ ସ୍ତ୍ରୀଙ୍କ ପାଇଁ ସମ୍ପତ୍ତିର ୭୫ ପ୍ରତିଶତ ଭାଗ ଦେବାକୁ ରାଜି ହୋଇଯାଇଛନ୍ତି। ତେବେ ଏହି ରାଶିକୁ ପୈଠ କରିବା ପାଇଁ ଗୌତମ ଏକ ଫ୍ୟାମିଲି ଟ୍ରଷ୍ଟ ତିଆରି କରିବାକୁ କହିଛନ୍ତି।

ନିକଟରେ କୋଟିପତି ଏକ ଭାବବିହ୍ବାଳ ପୋଷ୍ଟ ସେୟାର କରି ଲେଖିଥିଲେ, ‘ଆମେ ସ୍ବାମୀ ସ୍ତ୍ରୀ ଦୁହେଁ ଅଲଗା ହୋଇଯାଉଛୁ। କିନ୍ତୁ ଆମେ ଦୁହେଁ ପୂର୍ବରୁ ଯେମିତି ଝିଅ ନିହାରିକା ଓ ନିଶାଙ୍କ ଯତ୍ନ ନେଉଥିଲୁ ସେମିତି ନେବୁ। ଦୁଇ ଝିଅଙ୍କ ପାଇଁ ଯେଉଁଟା ଉଚିତ ହେବ ତାହା ହିଁ କରିବୁ। ’

ନୱାଜ ହେଉଛନ୍ତି ପୂର୍ବତନ ସଲିସିଟର ଜେନେରାଲ ନାଦର ମୋଦୀଙ୍କ ଝିଅ। ସେ ୧୯୯୯ରେ ଗୌତମଙ୍କୁ ବିବାହ କରିଥିଲେ। ଉଭୟ ଦୁଇ ସନ୍ତାନ ଅଛନ୍ତି। ତେବେ ଗୌତମ ଓ ନୱାଜଙ୍କ ବିବାହ ବିଚ୍ଛେଦର କାରଣ ସମ୍ପର୍କରେ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।