ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ନିଜ ଝିଅ ମରିୟମଙ୍କ ସହିତ ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ଇଂଲଣ୍ଡରୁ ଆବୁଧାବି ହୋଇ ରାତି ୯ଟା ୩୦ରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ପୁଲିସ ସରିଫଙ୍କୁ ଗିରଫ କରିଛି। ଦୁର୍ନୀତି ମାମଲାରେ ପୂର୍ବରୁ ପାକିସ୍ତାନ ସୁପ୍ରିମକୋର୍ଟ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ସେହିଭଳି କୋର୍ଟ ନଓ୍ଵାଜ ସରିଫଙ୍କ ଝିଅ ମରିୟମଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। ଉଭୟ ବାପ-ଝିଅଙ୍କ ପାସପୋର୍ଟକୁ ପୁଲିସ ଜବତ କରିଛି।
ସରିଫଙ୍କୁ ଶନିବାର ଏନ୍ଏବି କୋର୍ଟରେ ହାଜର କରାଯିବ। ନଓ୍ଵାଜ ଓ ମରିୟମଙ୍କୁ ହେଲିକପ୍ଟରରେ ଜେଲକୁ ନିଆଯାଇଥିଲା। ଲାହୋର ବିମାନ ବନ୍ଦରରେ ସରିଫ ପହଞ୍ଚିବା ପୂର୍ବରୁ ପୁଲିସ ବ୍ୟାପକ ପ୍ରସ୍ତୁତ ହୋଇସାରିଥିଲା। ଏହାରି ଭିତରେ ସରିଫଙ୍କ ସମର୍ଥକମାନେ ବିରୋଧ କରିଥିଲେ। ଫଳରେ ସମର୍ଥକଙ୍କୁ ପୁଲିସ ଗିରଫ କରିଥିଲା। ଏଫ୍ଆଇଏ ଟିମ୍ ନଓ୍ଵାଜ ସରିଫ ଓ ମରିୟମଙ୍କ ପାସପୋର୍ଟ ଜବତ କରିଛି। କିଛି ମାସ ହେବ ନଓ୍ଵାଜ ସରିଫ ଇଂଲଣ୍ଡରେ ରହୁଥିଲେ। ସଜା ମିଳିବା ପରେ ଆଜି ସ୍ୱଦେଶ ଫେରିଛନ୍ତି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍ ସରିଫ ଗିରଫ
ଆସନ୍ତାକାଲି କୋର୍ଟରେ ହେବେ ହାଜର
/sambad/media/post_attachments/wp-content/uploads/2018/07/nawaz_755_1531482472_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)