ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ୧୯୯୯ରେ ସେ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ସ୍ୱାକ୍ଷରିତ ଲାହୋର ଚୁକ୍ତି ଭାଙ୍ଗିବା ପାଇଁ ଇସଲାମାବାଦ ହିଁ ଦାୟୀ ଥିଲା । ତତ୍କାଳୀନ ସେନାମୁଖ୍ୟ ପରଭେଜ ମୁସାରଫ କାର୍ଗିଲ ଯୁଦ୍ଧ କରି ଏହି ଚୁକ୍ତିର ଉଲ୍ଲଂଘନ କରିଥିଲେ। "୧୯୯୮ ମେ ୨୮ରେ ପାକିସ୍ତାନ ୫ଟି ପରମାଣୁ ପରୀକ୍ଷଣ କରିଥିଲା। ଏହାପରେ ବାଜପେୟୀ ସାହେବ ଏଠାକୁ ଆସି ଆମ ସହ ଚୁକ୍ତି କରିଥିଲେ, କିନ୍ତୁ ଆମେ ସେହି ଚୁକ୍ତିକୁ ଉଲ୍ଲଂଘନ କରିଥିଲୁ। ଏହା ଆମର ଭୁଲ ଥିଲା।" ସେ କହିଛନ୍ତି ।
ଲାହୋରରେ ଏକ ଐତିହାସିକ ଶିଖର ସମ୍ମିଳନୀ ପରେ ୧୯୯୯ ମସିହା ଫେବ୍ରୁଆରି ୨୧ ତାରିଖରେ ନୱାଜ ସରିଫ ଓ ଅଟଳ ବିହାରୀ ବାଜପେୟୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଉଭୟ ଦେଶ ଶାନ୍ତି ଓ ସ୍ଥିରତା କଥା କହି ଭବିଷ୍ୟତରେ ସୁଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ, କିନ୍ତୁ କିଛି ମାସ ପରେ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲ୍ଲାରେ ପାକିସ୍ତାନୀ ଅନୁପ୍ରବେଶ ଯୋଗୁଁ କାର୍ଗିଲ ଯୁଦ୍ଧ ହୋଇଥିଲା। ପାକିସ୍ତାନକୁ ପରମାଣୁ ପରୀକ୍ଷଣରୁ ରୋକିବା ପାଇଁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ପାକିସ୍ତାନକୁ ୫ ବିଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ମୁଁ ମନା କରିଦେଇଥିଲି। ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଳି କେହି ପ୍ରଧାନମନ୍ତ୍ରୀ ଆସନରେ ଥାଆନ୍ତେ, ତେବେ ସେ କ୍ଲିଣ୍ଟନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥାନ୍ତେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/nawaz.jpg)