ଆଜି ଜେଲରୁ ମୁକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ

ଇସ୍ଲାମାବାଦ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ, ତାଙ୍କ କନ୍ୟା ମରିୟମ ନଓ୍ଵାଜ ଓ ଜ୍ୱାଇଁ ସଫଦର ଅଓ୍ଵାନଙ୍କୁ ଖଲାସ ପାଇଁ ଇସ୍ଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜର ଜେଲ ଦଣ୍ଡାଦେଶ ବିରୋଧରେ ଉଭୟ ହାଇକୋର୍ଟରେ ଅପିଲ କରିଥିଲେ । ଏହି ମାମଲାର ରାୟ ଦେଇ ଜଷ୍ଟିସ ଅଥର ମିନାଲା କହିଛନ୍ତି ଯେ ଲଣ୍ଡନରେ ଥିବା ଆପାର୍ଟମେଣ୍ଟ ନଓ୍ଵାଜଙ୍କର ବୋଲି କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରିବାରେ ଦୁର୍ନୀତି ନିବାରଣ ବିଭାଗ (ଏନଏବି ) ବିଫଳ ହୋଇଛି । ଉଭୟଙ୍କୁ ଆଜି ହିଁ ଖଲାସ କରିଦିଆଯିବ ।

ଗତ ଜୁଲାଇ ୬ରେ ଇସ୍ଲାମାବାଦର ଏକ ଦୁର୍ନୀତି ନିବାରଣ କୋର୍ଟ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଅନ୍ୟତମ ଅଭିଯୁକ୍ତ ସରିଫଙ୍କ ଝିଅ ମରିୟମ୍ଙ୍କୁ ମଧ୍ୟ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହିତ ତାଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହା ସହିତ ନଓ୍ଵାଜଙ୍କ ଦୁଇପୁଅଙ୍କୁ କୋର୍ଟ ପଳାତକ ଘୋଷିତ କରାଯାଇଥିଲା । ସରିଫଙ୍କ ଉପରେ ୧୦ ନିୟୁତ ପାଉଣ୍ଡ ଜରିମାନା ଲାଗୁ କରାଯାଇଥିଲା ଓ ସରିଫଙ୍କ ଜ୍ୱାଇଁ କ୍ୟାପ୍ଟେନ୍ ସଫ୍ଦରଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର