ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏବଂ ତାଙ୍କ ଝିଅ ମାରିୟମ ଆଜି ଲାହୋର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ ହୋଇଛନ୍ତି। ରାତି ୮ଟା ୪୫ରେ ସେମାନଙ୍କ ବିମାନ ଅବତରଣ କରିବା ପରେ ଉଭୟଙ୍କୁ ତତ୍କାଳ ଗିରଫ କରାଯାଇଥିଲା। ଏହି ଗିରଫଦାରୀକୁ ନେଇ ଲାହୋରରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ଏବଂ ଏୟାରପୋର୍ଟ ଅଂଚଳରେ ମଧ୍ୟ ସୁରକ୍ଷାକର୍ମୀ-ନଓ୍ଵାଜ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନ ବନ୍ଦରରେ ୧୦ ହଜାର ପାକିସ୍ତାନୀ ସେନା ମୁତୟନ ହୋଇଥିବାବେଳେ ସମଗ୍ର ସହରକୁ ସୁରକ୍ଷା ବାହିନୀ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଗିରଫ ପରେ ନଓ୍ଵାଜ ଓ ମାରିୟମଙ୍କୁ ଦୁଇଟି ହେଲିକପ୍୍ଟରରେ ଭିନ୍ନ ଭିନ୍ନ ଜେଲ୍କୁ ନିଆଯାଇଥିବା ଜଣାପଡ଼ିଛି।