ଇସ୍ଲାମାବାଦ: ସବୁ ଦେଶରେ ଭୋଟ ପାଇଁ ନାଟ ଲାଗିଛି । ଆମ ଦେଶରେ ଭୋଟ ପାଇବା ପାଇଁ ସଂଖ୍ୟାଲଘୁ ମାନଙ୍କ ଭୋଟ ହାତେଇବା ଲାଗି ସମସ୍ତେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । କେଉଁ ନେତା ମୁଣ୍ଡରେ ଟୋପି ପିନ୍ଧିଲାଣି, ତ କିଏ ଇଫାତାର ପାର୍ଟି ଦେଲାଣି । ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଧରଣର ନାଟ ଲାଗିଛି । ପାକିସ୍ତାନରେ ଆଗକୁ ନିର୍ବାଚନ ଅଛି । ମୈଦାନରେ ଓହ୍ଲାଇଛନ୍ତି ନଓ୍ଵାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ( ନଓ୍ଵାଜ), ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ ଇନସାଫ୍ (ପିଟିଆଇ) ଓ ଭୁଟ୍ଟୋ ପରିବାର ପରିଚାଳିତ ପାକିସ୍ତାନ ପିପୁଲ୍ସ ପାର୍ଟି । ପ୍ରଚାରରେ ପିଏମଏଲ୍ ଓ ପିଟିଆଇ ଆଗୁଆ ଅଛନ୍ତି । ପ୍ରଚାରରେ କେବଳ ଭୋଟରକମାନଙ୍କୁ ଆକୃଷ୍ଟ କରିବା ନୁହେଁ, ବରଂ ଅନ୍ୟପାର୍ଟିକୁ ବଦନାମ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ନିକଟରେ ପିଏମଏଲ ପକ୍ଷରୁ ଇମ୍ରାନ ଖାଁଙ୍କୁ ଭଗବାନ ଶିବଙ୍କ ପରି ଦେଖାଇ ଏକ ଫଟୋ ସୋସିଆଲ ମିଡିଆରେ ଛଡାଯାଇଛି । ଇମ୍ରାନ ଖାଁ ହିନ୍ଦୁମାନଙ୍କୁ ସମର୍ଥନ କରୁଥିବାରୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବା ଏହାର ଉଦ୍ଦେଶ୍ୟ ।
Few days ago one of the PMLN social media page has posted Imran khan’s picture on our Shiv Bhagwan’s Picture. Raised this issue of Hindu community in the Parliament as the Hindus have been disrespected through this act & therefore Inquiry will be held now as per Speaker’s ruling pic.twitter.com/8UVyuKWfjX
— Farhan Laghari (@FarhanLaghari15) April 11, 2018
ଏହି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହୋଇଛି ଓ ବିବାଦ ମଧ୍ୟ ସୃଷ୍ଟି ହୋଇଛି । ଏହା ଦ୍ୱାରା ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ହାନୀ ପହଞ୍ଚାଯାଇଛି ବୋଲି ପିପିପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପ୍ରସଙ୍ଗ ପାକିସ୍ତାନ ପାର୍ଲିଆମେଣ୍ଟ
ରେ ମଧ୍ୟ ଉଠିଛି । ପିପିିପିର ସଦସ୍ୟ ଫରହାନ ଲାଘାରି ଏହି ପ୍ରସଙ୍ଗ ପାକିସ୍ତାନ ପାର୍ଲିଆମେଣ୍ଟରେ ଉଠାଇବା ସହ ଟ୍ଵିଟ କରିଛନ୍ତି । ବିବାଦ ବଢିବା ପରେ ପିଏମଏଲ ପକ୍ଷରୁ ଏହି ପୋଷ୍ଟକୁ ହଟାଇ ନିଆଯାଇଛି ।