ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ ବର୍ଷ ଜେଲ

ଇସ୍ଲାମାବାଦ : ଦୁର୍ନୀତି ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି । ଏହା ସହିତ ପାକିସ୍ତାନର ଦୁର୍ନୀତି ନିର୍ବାରଣ ସଂସ୍ଥା ଏନଏବିକୁ ସହଯୋଗ କରିନଥିବାରୁ ତାଙ୍କୁ ଆଉ ୧ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି । ତେବେ ଉଭୟ ଦଣ୍ଡ ଏକକାଳୀନ ଲାଗୁ ହେବ । ଏଣୁ ସେ ମୋଟ ୧୦ ବର୍ଷ ଜେଲ ଦଣ୍ଡ ପାଇବେ । ଏହା ସହିତ ତାଙ୍କ କନ୍ୟା ମରିୟମ ନଓ୍ଵାଜଙ୍କୁ ୭ ବର୍ଷ ଜେଲ ଦଣ୍ଡ ପ୍ରଦାୱ କରାଯାଇଛି । ନିଜ ପିତାଙ୍କୁ ଦୁର୍ନୀତିରେ ସହଯୋଗ କରିବା ଓ ତଦନ୍ତ ସଂସ୍ଥାକୁ ସହଯୋଗ ନ କରିବା ଅଭିଯୋଗରେ ତାଙ୍କୁ ଆଉ ୧ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । କିନ୍ତୁ ଉଭୟ ଦଣ୍ଡ ଏକକାଳୀନ ଲାଗୁ ହେବ । ଏଣୁ ସେ ମୋଟ ୭ ବର୍ଷ ଜେଲ ଦଣ୍ଡ ପାଇବେ ।

ଗତ ବର୍ଷ ଆସିଥିବା ପାନାମା ଗେଟ ଦୁର୍ନୀତିରେ ନଓ୍ଵାଜଙ୍କ ନାଁ ଆସିବା ପରେ ପାକିସ୍ତାନର ସୁପ୍ରିମକୋର୍ଟ ତାଙ୍କୁ ବିତାଡିତ କରିଥିଲେ । ତାଙ୍କ ବିରୋଧରେ ତଦନ୍ତ କରିବାକୁ ଏନଏବିକୁ ନିର୍ଦ୍ଦେଶ ଦେଇଥିଲେ । ଏନଏବିର ଅଭିଯୋଗପତ୍ର ଆଧାରରେ ଆଜି ଏହିଦଣ୍ଡବିଧାନ କରାଯାଇଛି ।

ତେବେ ଏ ସଂପର୍କରେ ପ୍ରତିକ୍ରିୟା ରଖି ନଓ୍ଵାଜଙ୍କ ଭାଇ ସାହାବାଜ ସରିଫ କହିଛନ୍ତି ଯେ ଆଜି ହେଉଛି ପାକିସ୍ତାନ ଇତିହାସରେ ଏକ କଳା ଦିନ । ଅନେକ ବଡ଼ ବଡ଼ ଦୁର୍ନୀତିରେ ଅଭିଯୁକ୍ତ ଖୋଲାର ବୁଲୁଥିବାବେଳେ ନଓ୍ଵାଜ ସରିଫସବୁବେଳେ ଆଇନକୁ ସହଯୋଗ କରିଆସିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର