ଇନ୍ଦିରା ଆବାସ ଓ ରାସ୍ତାକାମ ଆଦିକୁ ବିରୋଧ କରି ଦାନ୍ତେଓ୍ଵାଡାରେ ମାଓବାଦୀଙ୍କ ପ୍ରଜାକୋର୍ଟ

ଛତିଶଗଡ଼: ଛତିଶଗଡର ଦାନ୍ତେୱାଡାରୁ ପ୍ରଜାକୋର୍ଟର ଚିତ୍ର ଆସିଛି। ଦାନ୍ତେୱାଡା ଅଞ୍ଚଳର ଏକ ଜଙ୍ଗଲ ଭିତରେ ଏହି ପ୍ରଜାକୋର୍ଟ ବସିଥିଲା । ଯେଉଁଥିରେ ମାଓବାଦୀଙ୍କ ବୈଠକକୁ ନ ଆସୁଥିବା ଲୋକ ଓ ସରକାରୀ ସୁବିଧା ନେଉଥିବା ଲୋକଙ୍କୁ ଦଣ୍ଡ ଦିଆଯାଇଛି । କେବଳ ଏତିକି ନୁହେଁ ମାଓବାଦୀଙ୍କ ବୈଠକକୁ ଆସି ନଥିବା ଲୋକଙ୍କୁ ଘରୁ ଉଠାଇ ଆଣି ନିସ୍ତୁକ ମାଡ ମରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜଙ୍ଗଲ ଭିତରେ ପ୍ରଜାକୋର୍ଟ ବସାଇ ମାଓବାଦୀ ୫ରୁ ୬ ଗ୍ରାମାବାସୀଙ୍କୁ ହାତଗୋଡ ବାନ୍ଧି ମାଡ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ନକ୍ସଲଙ୍କ ମାଡରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ନକ୍ସଲ ମାଡରେ ଆହତ ବ୍ୟକ୍ତି କହିଛନ୍ତି କି, ମାଓବାଦୀଙ୍କ ବୈଠକକୁ ନଗଲେ, ଇନ୍ଦିରା ଆବାସ ନିର୍ମାଣ କଲେ, ରାସ୍ତା ନିର୍ମାଣରେ ଶ୍ରମିକ ଭାବେ କାମ କଲେ ଏବଂ ପୁଲିସକୁ ସୂଚନା ଦେଲେ ପ୍ରଜାକୋର୍ଟରେ ଦଣ୍ଡ ମିଳେ । ଏହାଛଡା ଲୋକଙ୍କ ପାଇଁ ମାଓବାଦୀ ପ୍ରସ୍ତୁତ କରିଥିବା ନିୟମ ଭାଙ୍ଗିଲେ ମଧ୍ୟ ନିସ୍ତୁକ ମାଡ ମାରୁଥିବା ଅଭିଯୋଗ ହୋଇଛି ।
ପୁଲିସ ଓ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ବିକାଶମୂଳକ କାମ ଯୋଗୁଁ ଦାନ୍ତେୱାଡାର ମାଓପ୍ରଭାବିତ ଅଞ୍ଚଳରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ତେଣୁ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ସରକାର ବିରୋଧୀ ଅଭିଯାନର ପ୍ରଚାର ସହ ସଂଗଠନକୁ ବଞ୍ଚାଇବା ପାଇଁ ମାଓବାଦୀ ଗାଁଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର