ଦୁର୍ଦାନ୍ତ ନକ୍ସଲ ରାମାର ଆତ୍ମସମର୍ପଣ, ମୁଣ୍ଡ ଉପରେ ଘୋଷଣା ହୋଇଥିଲା ୮ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆଦିଲ୍ଲୀ: ଛତିଶଗଡ଼ ନକ୍ସଲଙ୍କ ଶୀର୍ଷ ନେତୃତ୍ୱର ଥିବା ଦୁର୍ଦାନ୍ତ ନକ୍ସଲ ଭେଟ୍ଟି ରାମା ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ନକ୍ସଲଙ୍କ ବଡ଼ବଡ଼ ନକ୍ସଲି ମାମଲାରେ ଭେଟ୍ଟି ରାମାର ମୁଖ୍ୟ ଭୂମିକା ରହିଥିଲା। ଭେଟ୍ଟି ରାମ ଗତ ୨୩ବର୍ଷ ହେବ ନକ୍ସଲ ସଙ୍ଗଠନରେ ସକ୍ରିୟ ଭୂମିକା ନିଭାଇ ଆସିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ନକ୍ସଲ ସଙ୍ଗଠନର ନୀତିରେ ବିରକ୍ତ ହୋଇ ରାମା ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସ୍ଥିର କରିଥିଲା। ତେଣୁ ସୁକମା ପୁଲିସ ମୁଖ୍ୟାଳୟରେ ରାମା ଗତ ଗୁରୁବାର ଦ୍ୱିପହର ପାଖାପାଖି ଆଢ଼େଇଟାରେ ଆଇଜି ବିବେକାନନ୍ଦ ସିହ୍ନାଙ୍କ ସମକ୍ଷରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ରାମର ମୁଣ୍ଡା ଉପରେ ଆଠଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ରାମା ପୂର୍ବରୁ ଆଉ ଜଣେ ୫୫ବର୍ଷୀୟ ନକ୍ସଲ ପୋଦିଆ ଓ୍ଵାଦେ ପୁଲିସ ନିକଟରେ ଗତ ଅଗଷ୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଥିଲା। ଓ୍ଵାଦେ ୨୦ରୁ ୨୫ବର୍ଷ ହେବ ନକ୍ସଲ ସଙ୍ଗଠନରେ ସାମିଲ ଥିଲା। ଚୋଲନର୍‌ରେ ହୋଇଥିବା ବିସ୍ଫୋରଣରେ ଓ୍ଵାଦେ ଥିଲା ମାଷ୍ଟରମାଇଣ୍ଡ। ଏପ୍ରିଲରେ ହୋଇଥିବା ଏହି ବିସ୍ଫୋରଣରେ ୭ଜଣ ପୁଲିସ ସହିଦ ହୋଇଥିଲେ।

 

ସମ୍ବନ୍ଧିତ ଖବର