ମୁଣ୍ଡ ଉପରେ ୧ କୋଟି ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି କଲେ ଆତ୍ମସମର୍ପଣ

ରାୟପୁର/ ତେଲେଙ୍ଗାନା: ଛତିଶଗଡରେ ନକ୍ସଲଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଆଜି ଏକ ବଡ ସଫଳତା ମିଳିଛି। ମୁଣ୍ଡ ଉପରେ ୧ କୋଟି ୨୫ ଲକ୍ଷର ଆର୍ଥିକ ପୁରସ୍କାର ରହିଥିବା ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି ସୁଧାକରନ ଓ ତା’ ପତ୍ନୀ ନୀଳିିମା ଆଜି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୁଧାକରନ୍‌ ଓ ନୀଳିମାଙ୍କ ଆତ୍ମ ସମର୍ପଣ ନକ୍ସଲ ସଙ୍ଗଠନ ପାଇଁ ଏକ ବଡ ଝଟକା କୁହାଯାଉଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁଧାକରନ୍‌ ମୁଣ୍ଡ ଉପରେ ୧ କୋଟି ଓ ତା’ ପତ୍ନୀ ନୀଳିମା ମୁଣ୍ଡ ଉପରେ ୨୫ ଲକ୍ଷର ଆର୍ଥିକ ପୁରସ୍କାର ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିଲା। ତେବେ, ଏହି ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି ଆଜି ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର