ନୂଆଦିଲ୍ଲୀ: ଥରହର ମାଓ ଶିବିର । ନକ୍ସଲଙ୍କ ଆଖିରୁ ହଜିଲାଣି ନିଦ । ସମୟ ଘନେଇ ଆସୁଛି, ଆଉ ମାତ୍ର ହାତରେ ୨ ମାସ । ୟା ଭିତରେ କ୍ୟାଲେଣ୍ଡର ବଦଳି ଗୋଟେ ବର୍ଷ ବି ବଦଳିଗଲାଣି । ନୂଆବର୍ଷରେ ନିପାତ ହେବେ ନକ୍ସଲ। ଏବେ ଜାନୁଆରୀ ଚାଲିଛି ଜାନୁଆରୀ ଡେଇଁ ପେବୃଆରୀ ପରେ ମାର୍ଚ୍ଚ ମାସ ଆସିବ । ଯେଉଁ ମାର୍ଚ୍ଚ ଉପରେ ସାରା ଦେଶର ନଜର ରହିଥିଲା ଶେଷରେ ସେହି ମାସ ଆସିବ ଆଉ ଦେଶ ମାଓ ମୁକ୍ତ ହେବା ସହ ମାଓବାଦ ଶେଷ ନିଶ୍ବାସ ନେବ । ୨୦୨୬ ମାର୍ଚ୍ଚ ୩୧ ତାରିଖ- ଏହି ଦିନ ମାଓବାଦୀଙ୍କ ପାଇଁ ଡେଡଲାଇନ ଥିବା ବେଳେ ନୂଆବର୍ଷ ଆସିବା ପରେ ନକ୍ସଲଙ୍କ ଆଖିରୁ ନିଦ ହଜିଛି ।
/filters:format(webp)/sambad/media/media_files/2026/01/03/naxal-march-31-2026-01-03-18-24-23.jpg)
ଦେଶକୁ ମାଓମୁକ୍ତ କରିବା ପାଇଁ ଯେଉଁ ସଙ୍କଳ୍ପ ମୋଦୀ ସରକାର ନେଇଛନ୍ତି ସେହି ଦିଗରେ ଅପରେସନକୁ ଜୋରଦାର କରାଯାଉଛି । ଯବାନ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଏହି ଡେଡଲାଇନ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ଏବଂ ଚାଲେଞ୍ଜ ହୋଇଛି । ବିଗତ ଦିନରେ ମାଓମୁକ୍ତ ଭାରତ ଲକ୍ଷ୍ୟରେ ଲାଲଗଡରେ ବଡ଼ ଅପରେସନ କରି ମାଓବାଦୀଙ୍କୁ ନିପାତ ଜାରି ରହିଛି । ଆଉ ଧିରେଧିରେ ମାର୍ଚ୍ଚ ଆସୁଥିବାରୁ ନକ୍ସଲ ବି ଛାନିଆ ହେଇ ଆତ୍ମସମର୍ପଣ କରୁଛନ୍ତି । ପୂର୍ବରୁ ନକ୍ସଲ ଅସ୍ତ୍ର ଛାଡ଼ିବା ନେଇ ଖବର ଆସୁଥିବା ବେଳେ ଆଜି ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ଟପ୍ ମାଓ କମାଣ୍ଡର ବାର୍ସେ ଦେବା ୪୮ ବନ୍ଧୁକ ସହ ଆତ୍ମସମର୍ପଣ କରିଛି । ଖାଲି ବାର୍ସେ ନୁହେଁ ଅନ୍ୟ ୨୦ ମାଓବାଦୀ ବି ଆତ୍ମସମର୍ପଣ କରିଛନ୍ତି । ହିଡମା ପରେ ୨ୟ ମାଓ ଲିଡର ଥିଲା ବାର୍ସେ । ସମସ୍ତେ ହାଇଦ୍ରାବାଦରେ ଆତ୍ମସମର୍ପଣ କରିଛନ୍ତି ।
୧୪ ନକ୍ସଲ ନିପାତ
ସେପଟେ ଛତିଶଗଡ଼ର ସୁକମା ଜିଲ୍ଲାର କଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ, ସିଆରପିଏଫ ଯବାନ କଣ୍ଟା ଜଂଗଲରେ ଚଢ଼ାଉ କରିଥିଲେ। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏବେ ବି ରହି ରହି ଦୁଇ ପଟରୁ ଗୁଳିବିନିମୟ ଚାଲିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମାନଙ୍କ ଭିତରେ କଣ୍ଟା ଏରିଆ କମିଟିର ଡିଭିସିଏମ ସଦସ୍ୟ ସଚିନ ମଙ୍ଗୁଡୁ ମଧ୍ୟ ନିହତ ହୋଇଥିବା କୁହାଯାଇଛି। ସର୍ଚ୍ଚ ଅପେରସନ ଜାରି ରହିଛି। ଆହୁରି ଅଧିକ ନକ୍ସଲ ମୃତାହତ ହୋଇଥିବା କୁହାଯାଇଛି। ସୁକମା ଏସପି କିରଣ ଚୌହାନ ଘଟଣା ଉପରେ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/03/naxal-2026-01-03-18-24-51.jpg)