ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସର ଘନଘନ ଚଢ଼ାଉରେ ନକ୍ସଲ ଏବେ ହିଂସାତ୍ମକ ହୋଇପଡିଛନ୍ତି। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଏହି ଘଟଣାକ୍ରମରେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି।
ଏହି ଖବର ପଢ଼ନ୍ତୁ: ରୋଗାଗ୍ରସ୍ତ ମମତାଙ୍କୁ ପୁଲିସ ଗିରଫ କରିଛି
ଭେରମଗଡ ଥାନା ଅଂଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଂଚଳରୁ ନକ୍ସଲ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ନକ୍ସଲ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ଆଜି ସକାଳୁ ଦୁଇ ଜଣଙ୍କର ଶବ ସେମାନଙ୍କ ଅଂଚଳରେ ପଡିଥିବା ଲୋକେ ଦେଖିଥିଲେ।
ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସୀମାରେ ସୁରକ୍ଷାବାହିନୀ ଓ ନକ୍ସଲମାନଙ୍କ ଭିତରେ ଛକାପଞ୍ଝା ଚାଲିଛି। ସୁରକ୍ଷା ବାହିନୀ ଡାଳେଡ଼ାଳେ ଗଲେ ମାଓବାଦୀ ପତ୍ରେପତ୍ରେ ଯାଉଛନ୍ତି।
ଏହି ଖବର ପଢ଼ନ୍ତୁ: ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ
ତେବେ ସୁକୁଲ ଫରସାଙ୍କ ଶବ ଉପରେ ଏକ ପୋଷ୍ଟର ନକ୍ସଲ ଛାଡିଯାଇଛନ୍ତି। ଏଥିରେ ସୁକୁଲ ବିଜେପି ସହ ଯୋଡି ହେବାରୁ ଏଭଳି ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହା ପୂର୍ବରୁ ସୁକୁଲକୁ ବାରମ୍ବାର ବିଜେପି ସହ ନଯୋଡି ହେବାକୁ ତାଗିଦ କରିଥିଲୁ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମ କଥାକୁ ସେ ଗୁରୁତର ସହ ନେଲା ନାହିଁ। ତେଣୁ ସେ ମୃତ୍ୟୁ ଦଣ୍ଡ ପାଇଲା। ସୁକଲଙ୍କ ଝିଅ ନକ୍ସଲଙ୍କୁ ନେହୁରା ହୋଇ ବାପାଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ନକ୍ସଲ ଶୁଣିନଥିଲେ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ
ତେବେ ଏନେଇ ପରିବାର ଲୋକେ ଥାନାରେ ଏତଲା ମଧ୍ୟ ଦେଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକେ ଭୟଭିତ ହେବା ସହ ନକ୍ସଲଙ୍କ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ