ମାଲକାନଗିରି: ସୁରକ୍ଷା ବାହିନୀର ଯବାନମାନେ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ଦ୍ୱାରା ନିର୍ମାଣ କରାଯାଇଥିବା ସହିଦସ୍ତମ୍ଭକୁ ଧ୍ଵଂସ କରିଛନ୍ତି। ନକ୍ସଲ ସହିଦସ୍ତମ୍ଭ ଧରାଶାୟୀ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି।
ବିଜାପୁର ଜିଲ୍ଲାର କୋଣ୍ଡାପାଲି ନିକଟସ୍ଥ ଜଙ୍ଗଲରେ ନକ୍ସଲମାନେ ପ୍ରାୟ ୩୦ ଫୁଟ ଉଚ୍ଚର ସହିଦସ୍ତମ୍ଭ ନିର୍ମାଣ କରିଥିଲେ। ସର୍ଚ୍ଚ ଅପେରସନ ବେଳେ ସୁରକ୍ଷାବାହିନୀର ନଜରକୁ ଏହା ଆସିଥିଲା। ଏସ୍ଟିଏଫ୍, ଡିଆରଜି, ସିଆରପିଏଫ୍ ଯବାନ ଏତେବଡ଼ ସହିଦସ୍ତମ୍ଭକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତୁରନ୍ତ ଜେସିବି ଆଣି ଏହି ନକ୍ସଲ ସ୍ମାରକୀକୁ ଧ୍ବଂସ କରିଥିଲେ। ମାଓ ଦମନରେ ଲଗାତାର ଯବାନ ସଫଳତା ପାଉଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ, ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ନେଇ ଛତିଶଗନ ସରକାର ତତ୍ପରତା ଦେଖାଉଛନ୍ତି।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ରାୟପୁର ଗସ୍ତରେ ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ, ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ନେଇ ଛତିଶଗନ ସରକାର ତତ୍ପରତା ଦେଖାଉଛନ୍ତି। ଲଗାତାର ନକ୍ସଲ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କର ଗୋଟିଏ ଗୋଟିଏ ଗଡକୁ ନିଜ ଅକ୍ତିଆରକୁ ଆଣିସାରିଲେଣି। ଯେଉଁ ନକ୍ସଲ ଗଡ଼ରୁ ଲୋକେ ବିସ୍ଥାପିତ ହୋଇଥିଲେ ସେହି ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବା ପରେ ଗ୍ରାମବାସୀ ଗାଁକୁ ପେରିଲେଣି। ସ୍କୁଲ, ରାସ୍ତା, ପାଣି ଏବଂ ସ୍ବାସ୍ଥ୍ୟ ସେବା ସରକାର ଯୋଗାଇଲେଣି। ଲୋକେ ସୁରକ୍ଷା କ୍ୟାମ୍ପ ନହଟାଇବାକୁ ଆନ୍ଦୋଳନ ମଧ୍ୟ କଲେଣି। ଯବାନମାନଙ୍କୁ ଲୋକେ ସମର୍ଥନ କରିବା ସହ ସହଯୋଗ କରୁଥିବାରୁ ମାଓ ଦମନ ନେଇ ସହଜ ହେଉଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/15/I9YMl50Y3Md22BHtnVFX.jpeg)