ନାରାୟଣପୁର: ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ୬୨ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୬୨ ହାର୍ଡକୋର ନକ୍ସଲ ଅବୁଝମାଡ଼ ସର୍କଲର ବୋଲି ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ନିକଟରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ତେବେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୫୧ ଜଣ ସଦସ୍ୟ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନେଇ ପୁଲିସ ନିକଟକୁ ଆସିଥିଲେ । ସମସ୍ତ ଅସ୍ତ୍ରଶସ୍ତ୍ରକୁ ପୁଲିସ ଜବତ କରିଛି। ଏକାବେଳେକେ ଏତେ ସଂଖ୍ୟାରେ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଦ୍ୱାରା ମାଓସଙ୍ଗଠନକୁ ଏକ ଶକ୍ତ ଧକ୍କା ଲାଗିଛି। ସେହିପରି ପୁଲିସ ଅଧିକାରୀମାନେ କହିଛନ୍ତି, କି ଆତ୍ମସମର୍ପଣ କରିଥିବା ନକ୍ସଲମାନେ ସେମାନଙ୍କ ସାଥୀଙ୍କୁ ପ୍ରୋତ୍ସାହିତ କରନ୍ତୁ ଏବଂ ଆତ୍ମସମର୍ପଣ କରିବାକୁ କୁହନ୍ତୁ ।

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ କହିବାନୁସାରେ, ସେମାନେ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ ଅତିବାହିତ କରିବାକୁ ଚାହୁଁଛନ୍ତି ।