୨ ଇଂଜିନିୟର ଓ ଜଣେ ଠିକାଦାରକୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଦନ୍ତେଓ୍ଵାଡା ଜିଲ୍ଲାର ଅରନପୁର ଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା କାମର ତଦାରଖ କରିବା ପାଇଁ ଯାଇଥିବା ୨ ଜଣ ଇଂଜିନିୟର ଏବଂ ଜଣେ ଠିକାଦାରକୁ ନକ୍ସଲ ଗତ ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ଅପହରଣ କରି ବନ୍ଧକ ବନାଇଛନ୍ତି। ମଲିଙ୍ଗିର ଏରିଆ ନକ୍ସଲ ସଂଗଠନର ସଦସ୍ୟମାନେ ଏହି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ କୁଆକୁଣ୍ଡ ବ୍ଲକର ଅରନପୁର ଥାନା ଅଂଚଳର ମୁଲେର ଅଂଚଳକୁ ଦୁଇ ଇଂଜିନିୟର ଅରୁଣ ମରାବୀ ଏବଂ ମୋହନ ବାଘେଲ ସମେତ ଠିକାଦାର ଏହି ଅଂଚଳକୁ ଗାଁ ଗାଁକୁ ଜିଓ ଟେଗ କରାଯାଉଥିବାର ତଦାରଖ କରିବା ସହ ନୂତନ କାମର ଲେଆଉଟ ଦେବା ପାଇଁ ସେହି ଅଂଚଳକୁ ଦୁଇ ଇଂଜିନିୟର ଏବଂ ଠିକାଦାର ପହଞ୍ଚିଥିଲେ। ଏହି ସମୟରେ ଏଠାରେ ନକ୍ସଲ ଉପସ୍ଥିତ ରହିଥିଲେ। ଏମାନଙ୍କୁ ନକ୍ସଲ ଦେଖିବା ପରେ ସେମାନଙ୍କ ସାଙ୍ଗରେ ଏହି ଦୁଇ ଇଂଜିନିୟର ଏବଂ ଠିକାଦାରକୁ ନେଇଯାଇଥିବା ଜଣାପଡିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି କିଛି ସଶସ୍ତ୍ର ନକ୍ସଲ ଗାଁରେ ଉପସ୍ଥିତ ଥିଲେ। ଅରନପୁର ଜଂଗଲରେ ଏହି ତିନି ଜଣଙ୍କୁ ରଖିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ବିକାଶ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନକ୍ସଲ ସବୁବେଳେ କହୁଥିବା ବେଳେ ରାସ୍ତା କାମକୁ ମଧ୍ୟ ବିରୋଧ କରି ଆସୁଛନ୍ତି। ତେଣୁ ନକ୍ସଲ ଏହି ତିନି ଜଣଙ୍କୁ ନେବା ପରେ ଏହି ଅଂଚଳରେ ଏବେ କୋକୂଆ ଭୟ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି। ଗତ ବାର ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତିନି ଜଣଙ୍କର କୌଣସି ପତ୍ତା ମିଳିପାରୁ ନ ଥିବାରୁ ପରିବାର ଲୋକେ ମଧ୍ୟ ଭୟଭିତ ହୋଇପଡିଛନ୍ତି। ତେବେ ନକ୍ସଲ ଏମାନଙ୍କୁ ନେଇ କି ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଥିବେ ତାହା ଆଗାମୀ ଦିନରେ ଜଣାପଡିବ। ତେବେ ଏମାନଙ୍କୁ ମୁକ୍ତ କରିବା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର