ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପୁଲିସ୍‌ ନକ୍ସଲ ମୁହାଁମୁହିଁ; ୫ ନକ୍ସଲ ନିହତ, ୪ ଯବାନ ଆହତ

ରାୟପୁର : ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜାପୁରଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଜାରି ରହିଛି। ନିକଟରେ ହୋଇଥିବା ନକ୍ସଲ ଆକ୍ରମଣ ହେତୁ ଏ ନେଇ ବିଜାପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ସତ୍ତ୍ୱେ ସଂପୃକ୍ତ ଅଞ୍ଚଳରେ ସକାଳେ ପୁଲିସ୍‌ ଓ ମାଓବାଦୀ ମୁହାଁମୁହିଁ ହୋଇ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ସିଆର୍‌ପିଏଫ ଯବାନ ଗୁରୁତର ଆହତ ହୋଇଥିଲେ।

ଇତି ମଧ୍ୟରେ ଉତ୍ତେଜନା କମିବା ପରିବର୍ତ୍ତେ ଓଲଟା ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ଏବେ ସୁଦ୍ଧା ମତଦାନ ହେଉଥିବା ଅଞ୍ଚଳରେ ପୁଲିସ୍‌ ଗୁଳିରେ ୫ ଜଣ ନକ୍ସଲ ନିହତ ହୋଇ ସାରିଛନ୍ତି। କୋବ୍ରା ବ୍ୟାଟେଲିଆନ୍‌ର ଆହୁରି ୩ ଜଣ ଯବାନ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି।

ଛତିଶଗଡ଼ର ସମୁଦାୟ  ୯୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସୋମବାର ୧୮ଟି ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବାକି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନଭେମ୍ବର ୨୦ରେ ମତଦାନ ହେବ ବୋଲି ସ୍ଥିରୀକୃତ ହୋଇଛି।

ସମ୍ବନ୍ଧିତ ଖବର