ଝାଡ଼ଖଣ୍ଡ: ସିଆରପିଏଫ୍‌ ଓ ରାଜ୍ୟ ପୁଲିସଙ୍କ ଗୁଳିରେ ତିନି ନକ୍ସଲ ନିହତ

ଚାଇବାସା: ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ଗୁରୁବାର ସକାଳ ୪.୩୦ରେ  କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ଏବଂ ରାଜ୍ୟ ପୁଲିସ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଲଏଫଅରଇ)ର ତିନିଜଣ ନକ୍ସଲଙ୍କୁ ନିହତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଦୁଇ ଗିରଫ ନକ୍ସଲଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛି। କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଏକେ-୪୭ ସମେତ ଅନେକ ମାରଣା ଅସ୍ତ୍ରଶସ୍ତ୍ର ଆଦିକୁ ଘଟଣାସ୍ଥଳୁ ଜବତ କରିଛନ୍ତି। ସମଗ୍ର ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

झारखंड में सुरक्षाबलों ने मार गिराए तीन नक्‍सली, AK-47 समेत भारी मात्रा में मिले हथियार
aninews.in

 

ଆଜି ଅପରେସନ୍‌ ସାକେତ କୁମାର ସିଂହଙ୍କ କହିବାନୁସାରେ, ପିଏଲଏଫଆଇ ସଙ୍ଗଠନର ନକ୍ସଲ ଏକତ୍ରୀତ ହୋଇ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ନକ୍ସଲଙ୍କୁ ନଜରବନ୍ଦୀ କରି ଆତ୍ମସପର୍ମଣ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ ଏବଂ ରାଜ୍ୟ ପୁଲିସ ବି ନକ୍ସଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ।

ଏହି ଗୁଳିବିନିମୟରେ ତିନିଜଣ ନକ୍ସଲ ଘଟଣାସ୍ଥଳରେ ନିହତ ହେବା ସହିତ ଏଥିରେ ଜଣେ ନକ୍ସଲ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ନକ୍ସଲକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଚିକିତ୍ସା କରୁଥିବା ଡାକ୍ତର ନକ୍ସଲର ଅବସ୍ଥା ଏବେ ସ୍ଥିର ରହିଥିବା କହିଛନ୍ତି। ଗୁରୁତର ନକ୍ସଲ ବ୍ୟତୀତ ସୁରକ୍ଷାବଳ ଅନ୍ୟଜଣେ ନକ୍ସଲକୁ ଗିରଫ ବି କରିଛନ୍ତି।

ସମ୍ବନ୍ଧିତ ଖବର