ଝାଡ଼ଖଣ୍ଡରେ ଲାଲ୍‌ ଆତଙ୍କ: ୧୧ଟି ଗାଡ଼ିରେ ନିଆଁ ଲଗାଇଲେ ନକ୍ସଲ ବାହିନୀ

ଲୋହରଦାଗା (ଝାଡ଼ଖଣ୍ଡ): କିଛି ଦିନର ନିରବତା ପରେ ନକ୍ସଲ କ୍ୟାଡରମାନେ ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ହିଂସାତ୍ମକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ନକ୍ସଲମାନେ ଗତ ବିଳମ୍ବିତ ରାତ୍ରରେ ୧୧ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତି ପୋଡ଼ି ଭସ୍ମ ହୋଇଯାଇଛି।

Hindustan

ଝାଡ଼ଖଣ୍ଡର ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର୍ଯ୍ୟାଳୟ ସମେତ ୧୧ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ଝାଡ଼ଖଣ୍ଡର କିସ୍କୋ ପୁଲିସ ଥାନା ଅଞ୍ଚଳରେ ଘଟିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଝାଡ଼ଖଣ୍ଡର ଆଇଜି ଅପରେସନ୍‌ କୁମାର ସିଂ କହିଛନ୍ତି ଯେ ଗତ ରାତିରେ କିଛି ନକ୍ସଲ ସଂଘବଦ୍ଧ ହୋଇ ଆସିବା ସହ ଏକ ଲୋହରଡ଼ାଗା ଜିଲ୍ଲାରେ ଏକ ଖନନକାରୀ ସଂସ୍ଥାର କ୍ୟାମ୍ପ କାର୍ଯ୍ୟାଳୟ ସମେତ ୧୧ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏ ଘଟଣା ସଂପର୍କରେ ସକାଳୁ ଖବର ମିଳିବା ପରେ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ଏବେ ନକ୍ସଲ ସଂଗଠନ କ୍ରମଶଃ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଥିବା ବେଳେ କିଛି ନକ୍ସଲ କ୍ୟାଡର ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ହିଂସାତ୍ମକ କାର୍ଯ୍ୟକଳାପ ଆରମ୍ଭ କରି ଏପରି ଘଟାଇଥିବା କହିଛନ୍ତି ଝାଡ଼ଖଣ୍ଡର ଆଇଜି ଅପରେସନ୍‌ କୁମାର ସିଂ।

ସମ୍ବନ୍ଧିତ ଖବର