ପୁଲିସ ଆଖିରେ ଧୁଳି ଦେଇ ଲୁଚି ରହିଥିବା ନକ୍ସଲକୁ ୨୬ବର୍ଷ ପରେ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର କ୍ରାଇମ ବ୍ରାଞ୍ଚ ପୁଲିସ ଇଣ୍ଡିଆ ପିପୁଲ୍ସ ଫ୍ରଣ୍ଟ ମାଲେର ନକ୍ସଲ ନେତାକୁ ଗିରଫ କରିଛି। ଯିଏକି ୨୬ବର୍ଷ ପୂର୍ବେ ମରି ଯାଇଥିଲା ବୋଲି ସମସ୍ତେ ଜାଣିଥିଲେ। ଉକ୍ତ ନକ୍ସଲ ନେତା ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଲୁଚି ରହିଥିଲା। ଏହି ନକ୍ସଲ ନାମ କିସୁନ ପଣ୍ଡିତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କିସୁନ ପଣ୍ଡିତ ନକ୍ସଲ ଉପରେ ବିହାରରେ ପୁଲିସକୁ ହତ୍ୟା ଭଳି ଅନେକ ସଙ୍ଗୀନ ଅପରାଧରେ ସାମିଲ ଥିବା ଅଭିଯୋଗ ରହିଛି। ସେ ପୁଲିସ ଆଖିରେ ଧୁଳି ଦେଇ ନିଜକୁ ମୃତ ବୋଲି ଘୋଷଣା କରି ଫରିଦାବାଦରେ ରହି ଆସୁଥିଲା।

ନକ୍ସଲ ନେତା କିସୁନ ପଣ୍ଡିତକୁ ଧରି ପୁଲିସ ପଚରାଉଚରା କରିଥିଲା। ଏହି ପଚରାଉଚରା ସମୟରେ ସେ ପୁଲିସ ସାମ୍ନାରେ ଯେଉଁଭଳି କଥା କହିଥିଲା ତାହା କୌଣସି ସିନେମା କାହାଣୀ ଠାରୁ କମ ନଥିଲା।

୧୯୯୬ ରେ ନକ୍ସଲ ଦେବିନ୍ଦର ସିଂହକୁ ଅଜଣା ଲୋକ ବିହାରର ପୁନପୁନ ଅଞ୍ଚଳରେ ହତ୍ୟା କରି ଦେଇଥିଲେ। ଏହି ସମୟରେ ପୁଲିସ ଦେବିନ୍ଦର ମୃତଦେହକୁ ଜବତ କରି ନେଇଯାଉଥିଲା। ଏହାକୁ କେନ୍ଦ୍ର କରି କିସୁନ ପଣ୍ଡିତ ନିଜର ସହଯୋଗୀଙ୍କ ସହ ମିଶି ପୁଲିସ ପାର୍ଟି ଉପରେ ଆକ୍ରମଣ କରି ଶବକୁ ନିଜ ସହିତ ନେଇଯାଇଥିଲା। ନକ୍ସଲଙ୍କ ଏହି ଆକ୍ରମଣରେ ଜଣେ ପୁଲିସର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିଲା।

ଏହି ଘଟଣାରେ ପୁଲିସ ୩୧ଜଣ ନକ୍ସଲଙ୍କୁ ଗିରଫ କରିଥିଲା। କିନ୍ତୁ କିସୁନ ପଣ୍ଡିତ ସମେତ ୪ଜଣ ନକ୍ସଲ ଫେରାର ହୋଇଯାଇଥିଲେ।

ନକ୍ସଲ କିସୁନ ପଣ୍ଡିତ ପୁଲିସ ଠାରୁ ବଞ୍ଚିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲା। ତାର ବିହାରର ଏକ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା। ନକ୍ସଲ ପରିବାର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କ ମୃତଦେହକୁ କିସୁନ ପଣ୍ଡିତର ମୃତଦେହ କହି ତାହାର ଅନ୍ତିମ ସଂସ୍କାର କରି ଦେଇଥି‌ଲେ।

ସମ୍ବନ୍ଧିତ ଖବର