କେନ୍ଦ୍ର ଉପରେ ବର୍ଷିଲେ ନାଇଡୁ

ଅମିତ ଶାହ ଆନ୍ଧ୍ରକୁ ଅପମାନିତ କରିଛନ୍ତି

ହାଇଦ୍ରାବାଦ: ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିକୁ ନେଇ ଏବେ ହଟଚମଟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନାଇଡୁ ଆଜି ଗଣାମାଧ୍ୟମରେ ଏହି ଚିଠିର ପ୍ରତିକ୍ରିୟା ରଖି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଅମିତ ଶାହ ଦେଇଥିବା ଚିଠିରେ ମିଛ କଥା କହି କେବଳ ଲୋକଙ୍କୁ ଭ୍ରମିତ କରିବା ସହ ରାଜ୍ୟବାସୀଙ୍କୁ ଅପମାନିତ କରିଥିବା ମଧ୍ୟ ନାଇଡୁ କହିଛନ୍ତି।

ଉଲ୍ଳେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଇଡୁ ଆନ୍ଧ୍ରପ୍ରଦେଶବାସୀଙ୍କ ପାଇଁ ନୁହେଁ ବରଂ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏନ୍‌ଡିଏ ହାତ ଛାଡ଼ିିଛନ୍ତି ବୋଲି ଅମିତ ଶାହ ତାଙ୍କ ଚିଠିରେ ଲେଖିଥିଲେ। ଏପରିକି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଇନଥିଲେ ସୁଦ୍ଧା ତାହା ତୁଳନାରେ ଯଥେଷ୍ଟ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ମଧ୍ୟ ଶାହ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ତେବେ ଏହାକୁ ଖଣ୍ଡନ କରି ନାଇଡୁ ନିଜ ଦଳର ସ୍ୱାର୍ଥ ପାଇଁ ନୁହେଁ ବରଂ ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଏଭଳି ଶାସନରେ ଅତିଷ୍ଠ ହୋଇଯାଇଥିବାରୁ ତାଙ୍କ ଦଳ ଟିଡିପି ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା ବୋଲି ନାଇଡୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ଡିଏ ସରାକାର କେବଳ ମିିଛ ପ୍ରତିଶ୍ରୁତି ଦେଇ ସବୁବେଳେ ଲୋକଙ୍କ ସହ ବିଶ୍ୱାସଘାତକତା କରୁଥିବାରୁ ଏଭଳି ଦଳ ସହ ରହି ସରକାର କଲେ ରାଜନୀତିର ନୈତିକତା ବୋଲି କିଛି ରହିବ ନାହିଁ ବୋଲି ନାଇଡୁ କହିଛନ୍ତି।

ସମ୍ବନ୍ଧିତ ଖବର