ଏଣିକି ନୂଆ ନାମରେ ପରିଚୟ ପାଇବ ‘ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍’

ନୂଆଦିଲ୍ଲୀ: ଭାରତର ସର୍ବବୃହତ ସମ୍ବାଦ ପ୍ରସାରଣକାରୀ ସଂସ୍ଥା ‘ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍’ (NBA) ଏହାର ନାମକୁ ‘ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍’ (NBDA) ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି | ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (NBA) ପାଖରେ ଭାରତର ୮୦% ରୁ ଅଧିକ ନ୍ୟୁଜ୍ ଟେଲିଭିଜନ ଦର୍ଶକ ଯୋଡି ହୋଇ ରହିଛନ୍ତି | ବଦଳୁଥିବା ଟେକ୍ନୋଲୋଜି ସାଙ୍ଗକୁ ବ୍ୟାପକ ପରିବର୍ତ୍ତନ ଯୋଗୁଁ ଦର୍ଶକମାନେ ବିଭିନ୍ନ ମାଧ୍ୟମଗୁଡିକରେ ଅନେକ ବିକଳ୍ପ ପାଇଛନ୍ତି |

ଭବିଷ୍ୟତ ଡିଜିଟାଲ୍ ପରି ଦେଖାଯାଉଛି, ତେଣୁ ଏନବିଏ ବୋର୍ଡ ଡିଜିଟାଲ୍ ମିଡିଆ ପ୍ରସାରଣକାରୀଙ୍କୁ ସେମାନଙ୍କ ସଦସ୍ୟଙ୍କ ଭାବେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଛି | ଏନବିଏ ସଭାପତି ରଜତ ଶର୍ମା କହିଛନ୍ତି ଯେ ‘ଡିଜିଟାଲ୍ ମିଡିଆ ନ୍ୟୁଜ୍ ବ୍ରୋଡକାଷ୍ଟର୍ସଙ୍କୁ ଏନବିଏ ନିଜ ପରିସରକୁ ଆଣିବାକୁ ନିଷ୍ପତ୍ତି ନେଇଛି। ଆଉ ଏଥିପାଇଁ NBA ରୁ NBDA କୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର