ଫାରୁକ୍‌ ଅବ୍‌ଦୁଲା ଓ ଓମାର ଅବ୍‌ଦୁଲାଙ୍କୁ ଭେଟିବାକୁ ନେସ୍‌ନାଲ୍‌ କନ୍‌ଫରେନ୍ସର ୧୫ ଜଣିଆ ପ୍ରତିନିଧି ଦଳକୁ ଅନୁମତି ଦେଲେ ରାଜ୍ୟପାଳ 

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ମାସ ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କ ଅନୁମତି କ୍ରମେ ଶୁକ୍ରବାର ନେସ୍‌ନାଲ୍‌ କନ୍‌ଫରେନ୍ସ(ଏନ୍‌ସି)ର ଏକ ୧୫ ଜଣିଆ ପ୍ରତିନିଧି ଦଳର ଅଧ୍ୟକ୍ଷ ଫାରୁକ୍‌ ଅବ୍ଦୁଲା ଓ ଉପାଧକ୍ଷ ଓମାର ଅବ୍‌ଦୁଲାଙ୍କୁ ଆସନ୍ତାକାଲି ଶ୍ରୀନଗରରେ ଭେଟିବେ। ଦଳୀୟ ନେତାମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟପାଳ ସତ୍ୟ ପାଲ୍‌ ମଲ୍ଳିକ ଏହି ଅନୁମତି ପ୍ରଦାନ କରିଛନ୍ତି। ନେସ୍‌ନାଲ୍‌ କନ୍‌ଫରେନସର ଜମ୍ମୁ ଶାଖାର ଅଧ୍ୟକ୍ଷ ଦେବେନ୍ଦ୍ର ସିଂହ ରାଣାଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଗଠନ କରାଯାଇଛି।

ଦେବେନ୍ଦ୍ର ସିଂହ ରାଣାଙ୍କ ତତ୍ୱାବଧାନରେ ଗଠନ କରାଯାଇଥିବା ଏହି ପ୍ରତିନିଧି ଦଳ ଜମ୍ମୁ-କଶ୍ମୀରରୁ ଆସନ୍ତାକାଲି ଇଣ୍ଡିଗୋ ବିମାନ ଯୋଗେ ଉଡ଼ାଣ ଭରି ଏହି ଦୁଇ ଶୀର୍ଷ ନେତାଙ୍କୁ ଭେଟିବାକୁ ବାହାରିବେ ବୋଲି ନେସ୍‌ନାଲ୍‌ କନ୍‌ଫରେନର ମୁଖପାତ୍ର ମଦନ ମଣ୍ଟୁ ଆଜି ଅପରାହ୍ନରେ କହିଛନ୍ତି।

ଗୁରୁବାର ନେସ୍‌ନାଲ୍‌ କନ୍‌ଫରେନର ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲା ଓ ଓମାର ଅବ୍‌ଦୁଲାଙ୍କୁ ସାକ୍ଷାତ୍‌ କରିବାକୁ ଅନୁମତି ମାଗିଥିଲେ। ରାଜ୍ୟପାଳ ଶେଷରେ ଶନିବାର ଅନୁମତି ପ୍ରଦାନ କରିଛନ୍ତି।

ଦଳର ମୁଖପାତ୍ର ମଦନ ମଣ୍ଟୁ ଆହୁରି ବି କହିଛନ୍ତି ଯେ ଫାରୁକ୍‌ ଅବ୍‌ଦୁଲା ଓ ଓମାର ଅବ୍‌ଦୁଲାଙ୍କ ସମେତ ଦଳର ଅନ୍ୟତମ ବରିଷ୍ଠ ନେତାମାନଙ୍କୁ  ନଜରବନ୍ଦୀ କରାଯାଇଥିବା ନେଇ ଦଳୀୟ ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ସମ୍ବନ୍ଧିତ ଖବର