ମୁମ୍ବାଇ: ଡଗ୍ରସ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜାମିନ ଆବେଦନ କରିଛନ୍ତି। ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ଛି। ଭିଡିଓ କନଫରେନସିଂ ଜରିଆରେ ଏବେ ବି ଏହି ମାମଲାର ଶୁଣାଣି ଚାଲିଛି।

Advertisment

ଉଲ୍ଲେଖଯୋଗ୍ୟ, ଡଗ୍ରସ୍‌ କାରବାର ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆଜି ଗିରଫ କରିବା ପରେ ତାଙ୍କ ବିରୋଧରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଛି। ଗିରଫ କରିବା ପରେ ଏନ୍‌ସିବି ଅଧିକାରୀମାନେ ଅଭିନେତ୍ରୀ ରିୟାଙ୍କୁ ସିଓନ୍‌ ହସ୍ପିଟାଲକୁ ନେଇ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ରିୟାଙ୍କୁ ଏନ୍‌ସିବି କାର୍ଯ୍ୟାଳୟକୁ ଅଣାଯାଇଛି। ସନ୍ଧ୍ୟା ସାଢ଼େ ୭ଟାରେ ଏକ ଭିଡିଓ କନଫରେନ୍‌ସିଂ ଜରିଆରେ ରିୟାଙ୍କୁ କୋର୍ଟରେ ହାଜର କରାଯିବ।

publive-image IndiaToday

ଅଭିନେତ୍ରୀ ରିୟା କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଏନସିବି ଏହାକୁ ବିରୋଧ କରୁଛି। ଏନସିବି କୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ ମାଗିବ ବୋଲି କହିଛନ୍ତି ଏନ୍‌ସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଏମ୍‌ ଏ ଜୈନ୍‌। ସେ କହିଛନ୍ତି, ଆମେ ତାଙ୍କ ଜାମିନକୁ ବିରୋଧ କରିବୁ। ଆମେ ରିୟାଙ୍କ ପାଇଁ ନ୍ୟାୟିକ ହେପାଜତ ଚାହୁଁଛୁ। ତାଙ୍କ ଜାମିନକୁ ସମର୍ଥନ କରୁନାହୁଁ। ଆମର ତଦନ୍ତ ଯଥେଷ୍ଟ ହୋଇଛି। ତେଣୁ, ରିୟାଙ୍କ ରିମାଣ୍ଡ ନମାଗି ଆମେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଚାହୁଁଛୁ ବୋଲି କହିଛନ୍ତି ଏନସିବି ଅଧିକାରୀ।