ରିଆ ଚକ୍ରବର୍ତ୍ତୀ,ସୌଭିକ ଓ ମିରାଣ୍ଡାଙ୍କ ଘରେ ଏନସିବି ଚଢଉ

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଛି ।

ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଛି । ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି ।

ଏହାପୂର୍ବରୁ , ରିୟା ଓ ତାଙ୍କ ଭାଇ ସୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତ୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ପୂର୍ବରୁ ଏହି ମାମଲାରେ ଦୁଇଜଣ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିଲା ଏନସିବି ।
ଗିରଫ ନିଶା ବେପାରୀ ଜେରା ବେଳେ  ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ସୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା । ଯେଉଁଥିରେ ରିୟା ନିଜ ଭାଇ ସୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି ।  ସୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ପ୍ରମାଣ ଏନସିବି ହାତରେ ଲାଗିବା ପରେ ରିୟାଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର

Comments are closed.