ଅନନ୍ୟାଙ୍କୁ ୪ ଘଣ୍ଟା ଧରି ଜେରା ପରେ ବି ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ ଏନସିବି: ପୁଣି ସୋମବାରକୁ ଜେରା

ନୂଆଦିଲ୍ଲୀ:  ଆରୟନଙ୍କ ସହ ଅନନ୍ୟାଙ୍କ ହ୍ୱାଟସପ୍ ଚାଟ ସାମ୍ନାକୁ ଆସିବା ପରେ ଏନସିବି ପକ୍ଷରୁ ଲଗାତର ଭାବେ ଦୁଇଦିନ ହେବ ଅନନ୍ୟାଙ୍କୁ ଜେରା କରାଯାଇଛି । ପ୍ରଥମ ଦିନ ପଚରା ଉଚରା ପରେ ଏନସିବି ପକ୍ଷରୁ ଅନନ୍ୟାଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାପରେ ପୁଣି ଆଜି ବି ଅନନ୍ୟାଙ୍କୁ ୪ ଘଂଟା ଧରି ଜେରା କରିଛି ଏନସିବି । ଏହାପରେ ବି ଅନନ୍ୟାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ ଏନସିବି, ଏବେ ପୁଣି ସୋମବାରକୁ ଜେରା କରିବାକୁ ତାଙ୍କୁ ନୋଟିସ କରାଯାଇଛି ।

କହିରଖୁ କି ଦୁଇଦିନ ଧରି ଅନନ୍ୟାଙ୍କ ସହ ତାଙ୍କ ପିତା ଚଂକି ପାଣ୍ଡେ ବି ଏନସିବି ଦପ୍ତରକୁ ଆସିଥିବା ଦେଖିବାକୁ ମିଳିଛି । କୁହାଯାଉଛି କି ଯେଭଳି ଭାବେ ଅନନ୍ୟାଙ୍କ ଏନସିବି ପଚରା ଉଚରା କରୁଛି ଏହା ଫଳରେ ଆରୟନଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗିଛି । କାରଣ ଅନନ୍ୟାଙ୍କ ଠାରୁ ସେମିତି କିଛି ସୁରାଗ ଏନସିବି ପାଉଛି ତେଣୁ ପୁଣି ତାଙ୍କୁ ଜେରା କରିବାକୁ ନୋଟିସ କରିଛି ।

Drug Case: NCB summons Ananya Pandey again on Friday | The Indian Nation

ମୁଖ୍ୟତ ଅନନ୍ୟା ପାଣ୍ଡେଙ୍କ ୩ ଟି ହ୍ୱାଟସପ୍ ଚାଟ ଉପରେ ତଦନ୍ତ କରୁଛି ଏନସିବି । ୨୦୧୮ ରୁ ୨୦୧୯ ମଧ୍ୟରେ ଅନନ୍ୟା ଓ ଆରୟନଙ୍କ ମଧ୍ୟରେ ଗଞ୍ଜେଇ ବାବଦରେ କିଛି ଚାଟ ହୋଇଥିଲା । ଯାହାକୁ ଆଧାର କରି ଏନସିବି ଅନନ୍ୟାଙ୍କୁ ପଚରା ଉଚରା କରୁଛି । ଏହାସହ ଅନନ୍ୟାଙ୍କ ୨ ଟି ମୋବାଇଲ ବି ଏନସିବି ଜବତ କରିଛି । ଅନ୍ୟପଟେ ଏନସିବିର ଜେରା ବେଳେ କିଛି ପ୍ରଶ୍ନର ଉତ୍ତର ମନେ ପଡୁନଥିବା କହି ଅନନ୍ୟା ଏଡାଇ ଜାଇଛନ୍ତି ବୋଲି କୁହାଯାଉଛି ।

କହିରଖୁ କି ଅକ୍ଟୋବର ୩ ତାରିଖରେ ମୁମ୍ବାଇର ଏକ କ୍ରୁଜ ସିପରେ ରେଭ୍ ପାର୍ଟି ଚାଲୁଥିବା ଖବର ପାଇଁ ଅଚାନକ ଏନସିବି ଚଢାଉ କରିଥିଲା । ଏହି ଚଢାଉ ବେଳେ ଏନସିବି କିଛି ମାଦକ ଦ୍ରର୍ବ୍ୟ ଜବତ କରିଥିଲ । ଏହାସହ ଆରୟନ ଖାନଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ୍ କରିଥିଲା । ସେବେଠାରୁ ଆରୟନ ଖାନ ଆର୍ଥର ରୋଡ ଜେଲରେ ରହିଛନ୍ତି । ଏନେଇ ଅଧିକ ତଥ୍ୟ ଯୋଗାଡ କରିବରେ ଲାଗିଛି ଏନସିବି ।

ସମ୍ବନ୍ଧିତ ଖବର