ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଟିମ୍ ରିୟା ଚକ୍ରବର୍ତ୍ତୀଙ୍କ ପ୍ରଶ୍ନ ଶେଷ ହୋଇଛି। ଆସନ୍ତାକାଲି ତାଙ୍କୁ ପୁଣି ପଚରାଉଚରା କରାଯିବ। ଏନସିଆର ଡେପୁଟି ଡାଇରେକ୍ଟର ଅମିତ ଫକ୍କାଡ କହିଛନ୍ତି ଯେ ରିୟାଙ୍କୁ କେବଳ ପଚରାଉଚୁରା କରାଯିବ ।

Advertisment

ଅନୁସନ୍ଧାନକାରୀ ସଂସ୍ଥାର ଟିମ୍ ଆଜି ସକାଳେ ରିୟାଙ୍କ ଘରେ ପହଞ୍ଚି ସମନ ଜାରି କରିଥିଲେ। ଏହି ସମୟରେ ମୁମ୍ବାଇ ପୁଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କାହାକୁ ଭଲ ପାଇବା ଅପରାଧ, ତେବେ ସେ ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ |


ଏନସିବି ଶନିବାର ସୁଶାନ୍ତଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତଙ୍କୁ ଏହି ମାମଲାରେ ଗିରଫ କରିଥିଲା। ତାଙ୍କୁ ଆଜି ଅବଦୁଲ ବସିତ ପରିହାର ସହ କୋର୍ଟରେ ହାଜର କରାଯାଇଥିଲା। ସେପ୍ଟେମ୍ବର ୯ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଦେଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି।