୨୫ ବଲିଉଡ୍ ସେଲିବ୍ରିଟିଙ୍କୁ ସମନ୍ କରିବ ଏନ୍ସିବି
ଲକ୍ଡାଉନ୍ବେଳେ ସୁଶାନ୍ତଙ୍କ ଘରକୁ ଆସିଥିଲା ମାରିଜୁଆନା
ମୁମ୍ବାଇ : ଡ୍ରଗ୍ସ ଲିଙ୍କ ନେଇ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ, ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଏନ୍ସିବି ଗିରଫ କରିବା ପରେ ବଲିଉଡ୍ର ଅନ୍ୟ କେଉଁ ସେଲିବ୍ରିଟିମାନଙ୍କର ଡ୍ରଗ୍ସ ଲିଙ୍କ୍ ରହିଛି ଏନ୍ସିବି ତାହାର ଖୋଳତାଡ଼ ଆରମ୍ଭ କରିଛି। ଆଜି ଏନ୍ସିବିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ଏବଂ ୨୫ ବଲିଉଡ୍ ସେଲିବ୍ରିଟିଙ୍କୁ ସମନ ଜାରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଲକ୍ଡାଉନ୍ବେଳେ ସୁଶାନ୍ତଙ୍କ ଘରକୁ ଆସିଥିଲା ମାରିଜୁଆନା
ମୁମ୍ବାଇ : କରୋନା ମହାମାରୀ ଲକ୍ଡାଉନ ସମୟରେ ଗତ ଏପ୍ରିଲ ମାସରେ ସୁଶାନ୍ତ ସିଂହ ରାଜପୁତଙ୍କ ଘରକୁ ୫୦୦ ଗ୍ରାମ୍ର ମାରିଜୁଆନା କୋରିଅରରେ ଆସିଥିଲା ବୋଲି ଏନ୍ସିବି ଜାଣିବାକୁ ପାଇଛି। ସୁଶାନ୍ତଙ୍କ ପାଇଁ ରିୟା ମାରିଜୁଆନା କୋରିଅରରେ ମଗାଇଥିଲେ। ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନ୍ସିବି ରିୟା ଏବଂ ସୌଭିକଙ୍କୁ ମୁହାଁମୁହିଁ ଜେରା କରିବା ବେଳେ ଏହା ଜାଣିବାକୁ ପାଇଥିଲା। ରିୟା ସୁଶାନ୍ତଙ୍କ ଗୃହ ପରିଚାଳକ ଦୀପେଶ ସାୱନ୍ତଙ୍କ ଜରିଆରେ ମାରିଜୁଆନା ମଗାଇଥିଲେ। ତେବେ ଏନ୍ସିବି ଏବେ କୋରିଅର କମ୍ପାନିକୁ ପଚରା ଉଚରା ଜାରି ରଖିଛି।