୧୭୩ ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାକୁ ସଂପ୍ରସାରଣ ହେବ ଏନସିସି, ନୂଆ ଏକ ଲକ୍ଷ କ୍ୟାଡେଟ୍ ଅନ୍ତର୍ଭୁକ୍ତ ହେବେ
ନୂଆଦିଲ୍ଲୀ: ସମସ୍ତ ସୀମାନ୍ତ ଓ ଉପକୂଳବର୍ତ୍ତୀ ଜିଲ୍ଲାର ଯୁବପିଢ଼ିମାନଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ( ଏନସିସି)ର ଏକ ପ୍ରମୁଖ ବିସ୍ତାର ଯୋଜନା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି। ଏହି ଯୋଜନାର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୭୩ ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରୁ ମୋଟ ଏକ ଲକ୍ଷ କ୍ୟାଡେଟ୍ ଏନସିସିରେ ଅନ୍ତର୍ଭୁକ୍ତ ହେବେ। କ୍ୟାଡେଟଙ୍କର ଏକ ତୃତୀୟାଂଶ ଭାଗ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ | ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧,୦୦୦ ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚିହ୍ନଟ ହୋଇଛି ଯେଉଁଠାରେ ଏନସିସି ଆରମ୍ଭ ହେବ |
ସମ୍ପ୍ରସାରଣ ଯୋଜନାର ଏକ ଅଂଶ ଭାବରେ, ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ୟାଡେଟମାନଙ୍କୁ ଏନସିସି ତାଲିମ ଦେବା ପାଇଁ ସମୁଦାୟ ୮୩ ଏନସିସି ୟୁନିଟ୍ (ଆର୍ମି ୫୩, ନୌସେନା ୨୦, ବାୟୁସେନା ୧୦)ର ନବୀକରଣ କରାଯିବ |
ସୀମାନ୍ତରେ ଅବସ୍ଥିତ ଏନସିସି ୟୁନିଟକୁ ସେନା ତାଲିମ ଏବଂ ପ୍ରଶାସନିକ ସହାୟତା ପ୍ରଦାନ କରିବ, ନୌସେନା ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଏନସିସି ୟୁନିଟକୁ ସହାୟତା ପ୍ରଦାନ କରିବ ଏବଂ ସେହିଭଳି ବାୟୁସେନା ବାୟୁସେନା ଷ୍ଟେସନ ନିକଟରେ ଅବସ୍ଥିତ ଏନସିସି ୟୁନିଟକୁ ସହାୟତା ପ୍ରଦାନ କରିବ।
ଏହା କେବଳ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଯୁବପିଢ଼ିଙ୍କୁ ସାମରିକ ତାଲିମ ଏବଂ ଶୃଙ୍ଖଳିତ ଜୀବନଶୈଳୀ ଶିଖାଇବ ନାହିଁ ବରଂ ସେମାନଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ପ୍ରେରଣା ଯୋଗାଇବ | ରାଜ୍ୟଗୁଡିକର ସହଭାଗିତାରେ ଏନସିସି ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣା ପଡ଼ିଛି।