ନୂଆଦିଲ୍ଲୀ: ପିଲା ପଢିବେ ଅପରେସନ ସିନ୍ଦୂରର କଥା । ଆମ ଭାରତୀୟ ସେନାଙ୍କ ପରାକ୍ରମର ଗାଥା ପଢିବେ ପିଲା । ପାଠ୍ୟ ପୁସ୍ତକରେ ପଢା ହେବ ଅପରେସନ ସିନ୍ଦୂର । ଏନସିଇଆରଟି ଆଣିଲା ସ୍ବତନ୍ତ୍ର ପାଠ୍ୟକ୍ରମ । ନୂଆ ମଡ୍ୟୁଲରେ ସେନାର ବୀରତ୍ବ ଏବଂ ଅପରେସନ ସିନ୍ଦୂରର ସଫଳତାର କଥା ଜାଣିବାକୁ ପାଇବେ ଛାତ୍ରଛାତ୍ରୀ । ଅପରେସନ ସିନ୍ଦୂର କେବଳ ଏକ ଅପରେସନ ନଥିଲା ବରଂ ତାହା ଥିଲା ଏକ କୋଟି ଭାରତୀୟଙ୍କ ସମ୍ମାନ ଏବଂ ସୁରକ୍ଷାର ଦୃଢ ସଂକଳ୍ପ । ଯାହାକୁ ପୂରଣ କରିଛନ୍ତି ଭାରତୀୟ ସେନା । ତେଣୁ ସେ କଥା ଦେଶର ଛାତ୍ରଛାତ୍ରୀ ଜାଣିବା ଦରକାର ।

Advertisment

ଅପରେସନ ସିନ୍ଦୂର ବିଷୟରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛି ଏନସିଇଆରଟି । ଯାହା ଦ୍ୱାରା ପିଲାଏ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣି ପାରବେ । କିଭଳି ଆତଙ୍କବାଦୀମାନେ ଏହି ନାରକୀୟ କାଣ୍ଡ ଘଟାଇଥିଲେ ଏବଂ ନିରୀହ ଲୋକଙ୍କ ଜୀବନ ନେଇଥିଲେ । ଏବଂ ପରେ ଭାରତୀୟ ସେନା ଏହାର କିଭଳି କଡା ଜବାବ ଦେଇଥିଲା ତାହା ଏକ ସ୍ୱତନ୍ତ୍ର ମଡ୍ୟୁଲରେ ଦର୍ଶା ଯାଇଛି ।

ତେବେ ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ (ତୃତୀୟରୁ ଅଷ୍ଟମ ଶ୍ରେଣୀ) 'ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା' ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ 'ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିଶନ'। ଏଗୁଡ଼ିକୁ ଶ୍ରେଣୀଗୃହରେ ଆଲୋଚନାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯାଇଛି ।

ପହଲଗାମ ଆକ୍ରମଣରେ ପାକିସ୍ତାନର ଭୂମିକା କଣ ଥିଲା । ପାକିସ୍ତାନର ଆତଙ୍କୀ ପ୍ରୀତି କେମିତି ରହିଥିଲା ଏବଂ ଭାରତର କୁଟନୈତିକ ଟାପ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ସାହସିକ ଆକ୍ସନରେ କେମିତି ପାକିସ୍ତାନର ମନୋବଳ ଭାଙ୍ଗି ଯାଇଥିଲା ଆଉ ପରେ ସେ କେମିତି ଯୁଦ୍ଧ ବନ୍ଦ ପାଇଁ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପୂରା ଘଟଣା ଉକ୍ତ ପାଠ୍ୟ ପୁସ୍ତକରେ ଦର୍ଶା ଯାଇଛି ।  ଖାଲି କଣ ସେତିତି 'ଅପରେସନ ସିନ୍ଦୂର' ନାମ କାହିଁକି ? ଦିଆଗଲା ତାର ବାବଦରେ ମଧ୍ୟ ଉକ୍ତ ପାଠ୍ୟକ୍ରମରେ ଦର୍ଶାଯାଇଛି । ସିନ୍ଦୂରର ବଦଲା କେମିତି ସିନ୍ଦୂରରେ ନିଆଗଲା ସେ ବିଷୟରେ ଜାଣିବେ ପିଲା ।