ହାଇଦ୍ରାବାଦ : ତେଲଗୁଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାଟି ଶନିବାର ସଂଧ୍ୟାରେ ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗିର ଜିଲ୍ଲାରେ ଘଟିଥିବା ଜଣାଯାଇଛି ।
ବିଜୟଓ୍ଵାଡ଼ା-ହାଇଦ୍ରାବାଦ ଜାତୀୟ ରାଜପଥରେ ପଡ଼ୁଥିବା ୟାଦାଦ୍ରି ଭୋଙ୍ଗିର ଜିଲ୍ଲାର ଚୋଟ୍ଟୁପଲ ବ୍ଲକ ଦେଇ ସେ ଯାଉଥିବାବେଳେ ତାଙ୍କ ଶୋଭାଯାତ୍ରାରେ ଯାଉଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହି ଶୋଭାଯାତ୍ରାରେ ମୋଟ ୭ଟି ଗାଡ଼ି ଯାଉଥିଲା ଓ ଚନ୍ଦ୍ରବାବୁ ଆଗଆଡ଼ୁ ୪ର୍ଥ ଗାଡ଼ିରେ ଥିଲେ । ଏହି ଦୁର୍ଘଟଣାରେ ଚନ୍ଦ୍ରବାବୁଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତାଙ୍କର ସାମାନ୍ୟ କ୍ଷତି ହୋଇଥିବାବେଳେ ତାଙ୍କ ସହ ଥିବା ତିନିଜଣ ଏନଏସଜି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି ।