ଏନ୍‌ସିପିର ଘୋଷଣା, ଗୁଜରାଟରେ କଂଗ୍ରେସ ସହ ମେଣ୍ଟ ହେବନାହିଁ

ଅହମଦାବାଦ: ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି ଗୁଜରାଟରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଘୋଷଣା କରିଛି। ଆଗାମୀ ଲୋକସଭା ଏବଂ ୫ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଆମେ କଂଗ୍ରେସ ସହ କୌଣସି ମେଣ୍ଟ କରିବୁ ନାହିଁ ବୋଲି ରାଜ୍ୟ ଏନ୍‌ସିପି ସଭାପତି ଜୟନ୍ତ ବୋସ୍କି ‌ କହିଛନ୍ତି। କଂଗ୍ରେସ ଦଳର ଅସହଯୋଗ ମନୋବୃତ୍ତି ଏବଂ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଏନ୍‌ସିପି ଏଭଳି ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏନ୍‌ସିପିର ଏହି ନିଷ୍ପତ୍ତିକୁ ସମାଲୋଚନା କରି କହିଛି ଯେ ଏହା ଧର୍ମନିରପେକ୍ଷ ମେଣ୍ଟ ପାଇଁ ଧକ୍କା ହେବ ଏବଂ ବିଜେପିକୁ ସୁହାଇବ।

ସମ୍ବନ୍ଧିତ ଖବର