ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଜନ୍ମଦିନରେ ସମବେଦନାମୂଳକ ସୋସିଆଲ୍ ମିଡିଆ ପୋଷ୍ଟ କରି ଅଡୁଆରେ ଆଇଏଏସ୍ ଅଫିସର୍ ନିଦ୍ଧି ଚୌଧୁରୀ। ନେସନାଲ୍ କଂଗ୍ରେସ ପାର୍ଟି(ଏନ୍ସିପି) ନେତା ଜତେନ୍ଦ୍ର ଆହ୍ଵାଦ ନିଦ୍ଧିଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ନିଦ୍ଧି ନିକଟ ଅତୀତରେ ବ୍ରିହାନମୁମ୍ବାଇ ମୁନ୍ସିପାଲଟି କର୍ପୋରେସନ(ବିଏମ୍ସି)ରେ ଡେପୁଟି ମୁନିସିପାଲ୍ କମିସନର ଭାବେ ନିଯୁକ୍ତି ପାଇଥିଲେ।
ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନିଦ୍ଧି ମ ୧୭ ତାରିଖରେ ଏକ ଟ୍ଵିଟ୍ କରିଥିଲେ। ସେଥିରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନ ଜନକ ଶବ୍ଦ ଲେଖିବା ସହ ୧୯୮୪ ମସିହା ଜାନୁଆରି ୩୦ରେ ନାଥୁରାମ ଗାନ୍ଧୀଙ୍କ ହତ୍ୟା କରିଥିବା ହେତୁ ତାକୁ ଧନ୍ୟବାଦ ଲେଖିଛନ୍ତି।
ତାଙ୍କର ଏହି ଗାନ୍ଧୀ ବିରୋଧୀ ପୋଷ୍ଟ ଦେଖିବା ପରେ ସୋସିଆଲ୍ ମିଡିଆରେ ବିବାଦ ଉପୁଜିଥିଲା। ସେ ନିଜକୁ ବିବାଦରୁ ଦୂରେଇ ରଖିବା ପାଇଁ କିଛି ସମୟ ପରେ କରିଥିବା ଟ୍ଵିଟ୍ଟିକୁ ଡିଲିଟ୍ କରି ଦେଇଥିଲେ।