ମହାରାଷ୍ଟ୍ର ବିଜେପିରେ ମିଶିଲେ ଏନସିପିର ତିନି ନେତା

ମୁମ୍ବାଇ: ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏହା ପୂର୍ବରୁ ନେତାଙ୍କ ଦଳବଦଳ ପର୍ବ ଆରମ୍ଭ ହୋଇଗଲାଣି | କିଛିଦିନ ପୂର୍ବେ ମୁମ୍ବାଇ ଏନସିପିର ମୁଖ୍ୟ ସଚିନ ଅହୀର ଶିବସେନାରେ ଯୋଗ ଦେଇଥିବାବେଳେ ଆଜି ଏନସିପିର ମହିଳା ଶାଖା ମୁଖ୍ୟ ଚିତ୍ରା ବାଘ ବିଜେପିରେ ସାମିଲ ହୋଇଛନ୍ତି | ଚିତ୍ରାଙ୍କ ସହ ଦୁଇ ଜଣ ଏନସିପି ବିଧାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି |

ଏହି ଦୁଇ ଜଣ ବିଧାୟକ ହେଉଛନ୍ତି ଶିବେନ୍ଦ୍ର ସିଂହ ଭୋନ୍‌ସଲେ ଓ ସନ୍ଦୀପ ନାୟକ | ଗତକାଲି ଏନ୍‌ସିପିର ୩ ଜଣ ଏବଂ କଂଗ୍ରେସର ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ । ‌୩ ଜଣ ଏନ୍‌ସିପି ବିଧାୟକ ସନ୍ଦୀପ ନାୟକ, ବୈଭବ ପିଚାଡ଼ ଏବଂ ଶିବେନ୍ଦ୍ର ସିଂହ ଭୋନ୍‌ସଲେ ଗତକାଲି ଦଳରୁ ଇସ୍ତଫା ଦେଇଥିବା ବେଳେ କଂଗ୍ରେସ ବିଧାୟକ କାଳିଦାସ କୋଲମ୍ବକର ମଧ୍ୟ ଇସ୍ତଫା ଦେଇଥିଲେ ।

ଏ ପର୍ଯ୍ୟନ୍ତ ଏନ୍‌ସିପିରୁ ସମୁଦାୟ ୫ ଜଣ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ପୂର୍ବରୁ ୨ ଏନସିପି ବିଧାୟକ ଜୟଦତ୍ତ କ୍ଷୀରସାଗର ଏବଂ ପଣ୍ଡୁରଙ୍ଗା ବରୋରା ଶିବସେନାରେ ଯୋଗ ଦେଇ ସାରିଛନ୍ତି |

ସମ୍ବନ୍ଧିତ ଖବର