ମୁମ୍ବାଇ : ପାଳଘର ଭିଡ଼ହିଂସା ମାମଲାରେ ମହାରାଷ୍ଟ୍ର ପୁଲିସ ଏବଂ ସିଆଇଡି ଏନ୍ସିପି ନେତା ତଥା ଗ୍ରାମ ପଞ୍ଚାୟତ ସଦସ୍ୟ କାଶୀନାଥ ଚୌଧୁରୀଙ୍କୁ ସମନ ଜାରି କରିଛନ୍ତି। ପାଲଘର ଭିଡ଼ ହିଂସା ବେଳେ କାଶୀନାଥଙ୍କର ଉପସ୍ଥିତି ଏବଂ ଭୂମିକା ନେଇ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଥିବାରୁ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପକ୍ଷରୁ କାଶୀନାଥଙ୍କର ଷ୍ଟେଟ୍ମେଣ୍ଟ ରେକର୍ଡ କରାଯିବ। ପାଳଘର ଭିଡ଼ହିଂସା ବେଳେ ଦୁଇ ସାଧୁଙ୍କୁ ହତ୍ୟା କରିବା ସମୟର ଏକ ଭିଡ଼ିଓରେ ଏନ୍ସିପି ନେତା କାଶୀନାଥ ଚୌଧୁରୀଙ୍କ ସମେତ ୩ ସିପିଏମ୍ ନେତା ବିଷ୍ଣୁ ପାତ୍ର, ସୁବାଷ ଭଓର, ଧର୍ମ ଭଓର ଉପସ୍ଥିତ ଥିଲେ ବୋଲି ଜଣାପଡ଼ିବା ପରେ ପୁଲିସ କାଶୀନାଥଙ୍କୁ ସମନ ଜାରି କରିଛି। ସାଧୁଙ୍କୁ ହତ୍ୟା କରିବା ସମୟରେ ପୁଲିସ କାଶୀନାଥଙ୍କୁ ଘଟଣା ସ୍ଥଳରୁ ଉଠାଇ ନେଇଥିଲା। ଅପରପକ୍ଷେ, ପାଳଘରଠାରେ ଭିଡ଼ହିଂସାରେ ମୃତ୍ୟୁ ବରଣ କରିଥିବା ଦୁଇ ସାଧୁ କଳ୍ପବୃକ୍ଷ ଗିରି ମହାରାଜ (୭୦) ଏବଂ ସୁଶୀଲ ଗିରି ମହାରାଜ (୩୫)ଙ୍କ ହତ୍ୟାକାରୀକୁ ଗିରଫ କରାଯାଇ ନଥିବାରୁ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି।
ପାଳଘର ଭିଡ଼ହିଂସା ମାମଲାରେ ଏନ୍ସିପି ନେତା କାଶୀନାଥ ଚୌଧୁରୀଙ୍କୁ ସମନ
/sambad/media/post_attachments/wp-content/uploads/2020/04/palghar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)