ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ସରକାର ଗଠନ ଶେଷ ହୋଇଥିବାବେଳେ ବିଧାନସଭାରେ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇସାରିଛନ୍ତି। ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ। ତେବେ ମନ୍ତ୍ରିମଣ୍ଡରେ ଏନସିପିର ପଲା ଭାରି ରହିବ ବୋଲି ଅନୁମାନ କରାଯାଉଛି। ୪୩ ମନ୍ତ୍ରୀଙ୍କ ମଧ୍ୟରୁ ଏନସିପିର ୧୬ ଜଣ ମନ୍ତ୍ରୀ ହୋଇପାରନ୍ତି। କେବଳ ସେତିକି ନୁହେଁ, ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ଏନସିପିକୁ ଯିବାର ସମ୍ଭାବନା ରହିଛି। ଶିବସେନାଠାରୁ କମ୍ ସଂଖ୍ୟକ ବିଧାୟକ ଥାଇ ଏନ୍ସିପି ଅଧିକ ମନ୍ତ୍ରୀ ପଦ ଓ ଗୁରୁତ୍ବପୂର୍ଣ୍ଣ ବିଭାଗ ହାତେଇବାକୁ ଯାଉଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଶିବସେନାର ୧୫ ଜଣ ଏବଂ କଂଗ୍ରେସର ୧୨ ଜଣ ମନ୍ତ୍ରୀ ହୋଇପାରନ୍ତି। କଂଗ୍ରେସ ବିଧାୟକ ନାନା ପାତୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳି ନପାରେ।
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ଏନ୍ସିପିର ପଲା ଭାରୀ ରହିବ
/sambad/media/post_attachments/wp-content/uploads/2019/12/ncp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)