ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ‘କ୍ଲିନ୍‌ଚିଟ୍‌’ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ମହଙ୍ଗା ପଡ଼ିଲା; ତଦନ୍ତ ଦାଦି କଲେ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ଦେଶର ରାଜନୈତିକ ବାତାବରଣ ସରଗରମ ହୋଇ ପଡ଼ିଛି। ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ଏନ୍‌ଡିଏ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଥିବା ବେଳେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ସୁପ୍ରିମୋ ଶରଦ ପାଓ୍ଵାର ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଇ ଏବେ ହରଡ଼ଘଣାରେ ପଡ଼ି ଯାଇଛନ୍ତି। ମୋଦିଙ୍କୁ ଶରଦ ପାଓ୍ଵାରଙ୍କ ‘କ୍ଲିନ୍‌ଚିଟ୍‌’ର ପ୍ରତିବାଦ କରି ଏବେ ତାଙ୍କ ଝିଅ ତଥା ଏନ୍‌ସିପିର ସାଂସଦ ସୁପ୍ରିୟା ସୁଲେ ଆଜି (ଶୁକ୍ରବାର) ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ରୁ ରାଫେଲ ଯୁଦ୍ଧ ବିମାନ କ୍ରୟ ମାମଲାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରିବା ପାଇଁ ଦାବି କରିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ଆହୁରି ଉଷ୍ମ କରି ଦେଇଛି।

ଏନ୍‌ସିପିର ସାଂସଦ ତଥା ଶରଦଙ୍କ ତନୟା ସୁପ୍ରିୟା ସୁଲେ କହିଛନ୍ତି, ରାଫେଲ କ୍ରୟରେ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ ଏବଂ ପୂରା ପ୍ରକ୍ରିୟା ସଂପୂର୍ଣ୍ଣ ସ୍ୱଚ୍ଛ ରହିଛି ତେବେ ପ୍ରଧାନମନ୍ତ୍ରୀ ଏ ମାମଲାରେ ଜେପିସି ଦ୍ୱାରା ତଦନ୍ତ କରାଇବା ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି।

ଏପରିପ୍ରେକ୍ଷୀରେ ସାଂସଦ ସୁଲେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ତିନି ପ୍ରଶ୍ନ ପଚାରି ତା’ର ଉତ୍ତର ରଖିବାକୁ ଆହ୍ଵାନ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶରଦ ପାଓ୍ଵାରଙ୍କ ବିବୃତିରେ ଅସନ୍ତୋଷ ବ୍ୟକ୍ତ କରି ଦଳର ସାଧାରଣ ସଂପାଦକ ଓ ବିହାରର କଟିହାରି ଲୋକସଭା ଆସନରୁ ସାଂସଦ ଥିବା ତାରିକ ଅନଓ୍ଵାର ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର