ପାୱାରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା : ଏନ୍‌ସିପିର ବିକ୍ଷୋଭ, ଇଡି କାର୍ଯ୍ୟାଳୟ ଘେରାଉ

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲା ରୁଜୁ କରିବା ପରେ ଏହାକୁ ନେଇ ମହାରାଷ୍ଟ୍ରରେ ଆଜି ଜୋର୍‌ଦାର ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲାରେ ଇଡି ଏଫ୍‌ଆଇଆର୍‌ ରୁଜୁ କରିଥିବାରୁ ଆଜି ହଜାର ହଜାର ଏନ୍‌ସିପି କର୍ମୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁମ୍ବାଇରେ ଇଡି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଇଡି କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ବଢ଼ିବାରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ଏବଂ କେତେକ କର୍ମୀଙ୍କୁ ଗିରଫ କରାଯାଇଥିଲା। ଆଜି ପାୱାର କହିଛନ୍ତି ଯେ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରତ୍ୟେକଟି ଯାଞ୍ଚକୁ ସହଯୋଗ କରିବେ ଏବଂ କୌଣସି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବେ ନାହିଁ।

ସମ୍ବନ୍ଧିତ ଖବର