ମୁମ୍ବାଇ : ମହାରାଷ୍ଟ୍ରରେ ଶିକ୍ଷା କ୍ଷେତ୍ରରେ ମୁସଲିମ୍ମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବାପାଇଁ ନିଷ୍ପତ୍ତି ହୋଇଛି ଏବଂ ଖୁବ୍ଶୀଘ୍ର ଏନେଇ ଆଇନ ଆସିବ ବୋଲି ଆଜି ଏନ୍ସିପି ନେତା ନୱାବ ମଲିକ କହିଛନ୍ତି। ବିଧାନସଭା ପରିଷଦରେ ଜଣେ କଂଗ୍ରେସ ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ଏନ୍ସିପି ନେତା ନୱାବ କହିଥିଲେ ଯେ, ଖୁବ୍ ଶୀଘ୍ର ମହରାଷ୍ଟ୍ରରେ ମୁସଲିମ୍ଙ୍କୁ ଶିକ୍ଷା କ୍ଷେତ୍ରରେ ୫ ପ୍ରତିଶତ ସଂରଣକ୍ଷ ଦେବାନେଇ ଆଇନ ଗୃହୀତ ହେବ। ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ ହେବ ବୋଲି ସେ କହିଛନ୍ତି। କିନ୍ତୁ ଏହାପରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଏବଂ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି, ଏହି ପ୍ରସଙ୍ଗରେ ଏଯାବତ୍ କୌଣସି ନିଷ୍ପତ୍ତି ହୋଇନି। ଏମ୍ଭିଏ (ମହା ବିକାଶ ଅଘାଡ଼ି) ର ସମସ୍ତ ନେତାମାନେ ସମସ୍ତେ ଏକକାଳୀନ ବସି ନୀତି ସଂକ୍ରାନ୍ତରେ ଏକାଠି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ ଏବଂ ଏଯାବତ୍ ଏନେଇ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।
ମହାରାଷ୍ଟ୍ରରେ ମୁସଲିମ୍ କୋଟା, ଏନ୍ସିପି ଶିବସେନା ମନ୍ତ୍ରୀ ଭିନ୍ନ କଥା କହୁଛନ୍ତି
/sambad/media/post_attachments/wp-content/uploads/2020/02/t84t87d8tgj74dg6j4dg65j4dg65jgdjjgjdgdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)