ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିବା ମାମଲାରେ ଆଜି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ୍ (ଏନ୍ସିପିସିଆର) କନ୍ଧମାଳ ଏସ୍ପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ୭ ଦିନ ମଧ୍ୟରେ କମିସନ୍ରେ ରିପୋର୍ଟ ଦାଖଲ କରିବାପାଇଁ କନ୍ଧମାଳ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତଥ୍ୟଭିତ୍ତିକ ରିପୋର୍ଟ ପ୍ରଦାନ କରିବାପାଇଁ ଏନ୍ସିପିସିଆର କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ୍ ଦ୍ବାରା ସିପିସିଆର ଆଇନ ୨୦୦୫ ଧାରା ୧୩ (୧) (ଜ) ଅନ୍ତର୍ଗତ ମାମଲାକୁ ନିଜ ଆଡ଼ୁ ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତକାଲି ଦାରିଙ୍ଗବାଡ଼ି ଛାତ୍ରୀନିବାସ ଘଟଣାରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଥିଲେ। ଏନ୍ଏଚଆରସି ଏହି ମାମଲାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp