ପରୀ ହତ୍ୟା ମାମଲା : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଉଦବେଗ, ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ

ନୟାଗଡ଼ : ଗତ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରା‌ମରେ ଘଟିଥିବା ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ(୫) ହତ୍ୟାକାଣ୍ଡ ଘଟଣା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର)  ଉଦବେଗ ପ୍ରକାଶ କରିଛନ୍ତି। ଘଟଣାକୁ ଏନ୍‌ସିପିସିଆର ଗୁରୁତର ସହ ନେଇଛନ୍ତି, ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ପରୀ ହତ୍ୟା ମାମଲାର ତଦନ୍ତ ସମ୍ବନ୍ଧିତ ଏକ ଫ୍ୟାକଚୁଆଲ ରିପୋର୍ଟ ୧୦ ଦିନ ମଧ୍ୟରେ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ  ନୋଟିସ୍‌ କରିଛନ୍ତି ।

ଏନ୍‌ସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏ ନେଇ ଟୁଇଟ୍  କରି ସୂଚନା ଦେଇଛନ୍ତି।  ଗଣମାଧ୍ୟମରୁ ଏହ‌ି ଖବର ଜ‌ାଣିବା ପରେ ଏନ୍‌ସିପିସିଆର ନିଜ ପକ୍ଷରୁ ଏହି ମାମଲାକୁ ଗ୍ରହଣ କରିଛନ୍ତି। ପରୀର ପରିବାର ଝିଅକୁ  ଯଦୁପୁରର ବାବୁଲି ନାୟକ ହତ୍ୟା କରିବା ପରେ ତାହାର ଆଖି, କିଡନ୍‌ ଆଦି ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରିଥିବା ସନ୍ଦେହ କରିଛନ୍ତି। ଅଭିଯୁକ୍ତଙ୍କୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ପୁଲିସ ଗିରଫ କରୁନଥିବା ଗଣମାଧ୍ୟମ ରିପୋର୍ଟରୁ ଏନ୍‌ସିପିସିଆର  କର୍ତ୍ତୃପକ୍ଷ ଜାଣିବାକୁ ପାଇଥିବା ଉ‌ଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର