ଦଙ୍ଗାମୁକ୍ତ ହୋଇଥିଲେ ବି ମହିଳାଙ୍କ ପ୍ରତି ଅପରାଧ କମ କରିପାରିନାହାନ୍ତି ଯୋଗୀ, ଆଗରେ ଉତ୍ତରପ୍ରଦେଶ

ଲକ୍ଷ୍ନୌ: ଦଙ୍ଗାମୁକ୍ତ ହେଲା ୟୁପି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶ ଏବେ ଦଙ୍ଗା ମୁକ୍ତ ରାଜ୍ୟରେ ପରିଣତ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ପ୍ରାୟ ଶେଷ ହୋଇଛି। କିନ୍ତୁ ମହିଳାଙ୍କ ପ୍ରତି ଅପରାଧରେ ୟୁପି ଆଗରେ ଥିବା ଜଣାପଡ଼ିଛି। ମହିଳାଙ୍କ ବିରୋଧରେ ଅପରାଧର ସର୍ବାଧିକ ୫୬୦୮୩ ମାମଲା ରହିଛି।

ରାଜ୍ୟରେ କେବଳ ଗୋଟିଏ ସାମ୍ପ୍ରଦାୟିକ ହିଂସା ଘଟିଥିବା ବେଳେ ଅନ୍ୟ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାର ଗ୍ରାଫ ଅଧିକ ଥିଲା। ଝାଡଖଣ୍ଡରେ ୭୭ଟି ସାମ୍ପ୍ରଦାୟିକ ହିଂସା ଘଟଣା ଘଟିଥିବା ବେଳେ ବିହାରରେ ୫୧, ହରିୟାଣାରେ ୪୦ଟି ଘଟଣା ଘଟିଛି। ଦେଶରେ ସାମ୍ପ୍ରଦାୟିକ ହିଂସା ଦ୍ୱାରା ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ସେଠାରେ ୩୭୮ଟି ମାମଲା ରେକର୍ଡ ହୋଇଛି।

ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ ଅବସ୍ତି ଏବଂ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ଦେଶରେ ମୋଟ ୩୬ଲକ୍ଷ ୬୩ହଜାର ୩୬୦ଆଇପିସି ମାମଲା ରୁଜୁ ହୋଇଛି। ୟୁପିରେ ୩.୫୭ ଲକ୍ଷ ଆଇପିସି ମାମଲା ପଞ୍ଜିକୃତ ହୋଇଛି, ଯାହାକି ୧ଲକ୍ଷ ଜନସଂଖ୍ୟାର ୧୫୪.୫ ପ୍ରତିଶତ।  ଏଥିରେ ୟୁପି ଦେଶରେ ୨୩ତମ ସ୍ଥାନରେ ରହିଛି। ରାଜ୍ୟରେ ମୋଟ ୨୨ଟି ଏସିଡ୍ ଆକ୍ରମଣ ଏବଂ ୫୦ଟି ଅପହରଣ ଘଟଣା ଘଟିଛି। ଏହି ଦୁଇଟି ଅପରାଧରେ ରାଜ୍ୟ ୩୬ତମ ସ୍ଥାନରେ ରହିଛି। ସେହିଭଳି ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧରେ ରାଜ୍ୟ ୧୬ତମ ସ୍ଥାନରେ ରହିଥିବା ବେଳେ ୨୮୪୫ଟି ଦୁଷ୍କର୍ମ ମାମଲା ସହିତ ରାଜ୍ୟ ୨୩ତମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର