ରାହୁଲ ଗାନ୍ଧିଙ୍କୁ ନୋଟିସ ପଠାଇବ ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ : ମହିଳା ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫସିଯାଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟାର୍ଗେଟ କରିଥିବାବେଳେ ଜାତୀୟ ମହିଳା ଆୟୋଗ ତାଙ୍କୁ ନୋଟିସ ପଠାଇବାକୁ ସଂକେତ ଦେଇଛନ୍ତି । ଏ ସଂପର୍କରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ ଆସନ୍ତା କାଲି ରାହୁଲଙ୍କୁ ଏକ କାରଣ ଦର୍ଶାଅ ନୋଟିସ ପଠାଯିବ ଯେ ସେ କାହିଁକି ଏଭଳି ମନ୍ତବ୍ୟ ଦେଲେ । ଜଣେ ରାଜନିତିଜ୍ଞ ହିସାବରେ ସେ ଏପରି ମନ୍ତବ୍ୟ ଦେବା ତାଙ୍କର ମହିଳାବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି । ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧି ବୁଧବାରଦିନ କହିଥିଲେ ଯେ ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ମହିଳା ମନ୍ତ୍ରୀଙ୍କୁ ଆଗକୁ ଆଣିଛନ୍ତି ।

ସମ୍ବନ୍ଧିତ ଖବର