ରୋଚକ ସ୍ତରରେ ବିହାର ଫଳାଫଳ : ୧୨୭ଟି ଆସନରେ ଏନଡିଏ, ୧୦୫ଟି ଆସନରେ ମହାମେଣ୍ଟ ଆଗୁଆ

ପାଟନା : ବିହାର ନିର୍ବାଚନ ପାଇଁ ଆଜି ଚାଲିଥିବା ଭୋଟ ଗଣତିରେ ଏନଡିଏ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି । ତେବେ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ମଧ୍ୟ ଧୀରେ ଧୀରେ ଆଗୁଆ ଥିବା ଆସନ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି ।

ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁସାରେ ଏନଡିଏ ଏବେ ୧୨୭ଟି ଆସନରେ ଓ ମହାମେଣ୍ଟ ୧୦୫ଟି ଆସନରେ ଆଗୁଆ ଚାଲିଛନ୍ତି ।  ମାତ୍ର ଏନଡିଏ ଆଗୁଆ ଥିବା ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସନରେ ଭୋଟ ବ୍ୟବଧାନ ୫୦୦ରୁ କମ ଥିବାରୁ ଯେକୌଣସି ସମୟରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ମହାମେଣ୍ଟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଦଳ କଂଗ୍ରେସ ପୁଣି ଥରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଭଭିଏମ)ର ନିର୍ଭିୁଲତା ସମ୍ପର୍କରେ ପ୍ରଶ୍ନ ଉଠାଇଛି ।

ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ବିହାରର ରୋଘୋପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କଠାରୁ ୫୩୫ ଭୋଟରେ ଆଗୁଆ ଅଛନ୍ତି । ତାଙ୍କ ଭାଇ ତେଜପ୍ରତାପ ଯାଦବ ହାସନପୁର ଆସନରେ ଜେଡିୟୁ ପ୍ରାର୍ଥୀ ରାଜକୁମାର ରାୟଙ୍କଠାରୁ ୧୩୬୫ ଭୋଟରେ ଆଗୁଆ ଅଛନ୍ତି । ଚିରାଗ ପାସଓ୍ବାନ ନେତୃତ୍ବାଧୀନ ଲୋକ ଜନଶକ୍ତି ଦଳ ୩ଟି ଆସନରେ ଆଗୁଆ ଅଛନ୍ତି ।

ଆଜିର ନିର୍ବାଚନ ଫଳାଫଳ ଗତ ୧୫ ବର୍ଷଧରି ବିହାରର ଶାସନ ଗାଦିରେ ଥିବା ନୀତିଶ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ । ଏନଡିଏ ଜିତିଲେ ନୀତିଶ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ସେହିପରି ମହାମେଣ୍ଟ ଜିତିଲେ ଆରଜେଡ଼ିର ତେଜସ୍ବୀ ଯାଦବ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ଏପରି ହେଲେ ସେ ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ।

 

ସମ୍ବନ୍ଧିତ ଖବର