ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ମନୋନୀତ ୬ ସଦସ୍ୟ ସମର୍ଥନ କରିବା ପରେ ମ୍ୟାଜିକ ନମ୍ବର ହାସଲ କରିଛି ଏନଡିଏ । ଏହା ଏନଡିଏକୁ ୱାକଫ୍ (ସଂଶୋଧନ) ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାରେ ସାହାଯ୍ୟ କରିପାରେ। ଏବେ ସଂସଦର ଉଚ୍ଚ ସଦନରୁ ଏନଡିଏକୁ କମ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ ।
ନିକଟରେ ଶେଷ ହୋଇଥିବା ରାଜ୍ୟସଭା ଉପନିର୍ବାଚନ ପରେ ସଂସଦର ରାଜ୍ୟସଭା ସଦସ୍ୟ ସଂଖ୍ୟା ୨୩୪କୁ ବୃଦ୍ଧି ପାଇଛି, ଯେଉଁଥିରେ ବିଜେପିର ନିଜସ୍ୱ ସଦସ୍ୟଙ୍କ ସଂଖ୍ୟା ୯୬ ରହିଛି। ଏନଡିଏର ୧୧୩ ଜଣ ସଦସ୍ୟ ଅଛନ୍ତି । ସାଧାରଣତଃ ୬ ଜଣ ମନୋନୀତ ସଦସ୍ୟ ସରକାରଙ୍କୁ ସମର୍ଥନ କରିବା ପରେ ଏନଡିଏର ସଦସ୍ୟ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି, ଯାହା ବର୍ତ୍ତମାନର ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୧୭ ଠାରୁ ୨ ଅଧିକ।

ଆଗକୁ ସମୀକରଣ ଆହୁରି ବିଜେପି ସପକ୍ଷରେ ଯାଇପାରେ । ଗତକାଲି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାରଙ୍କୁ ପୁଣି ବିଜେପି ରାଜ୍ୟସଭା ପଠାଇଲେ କିମ୍ବା ତାଙ୍କ ସ୍ଥାନରେ ଆଉ କାହାକୁ ପଠାଇଲେ ବିଜେପିର ସଦସ୍ୟ ସଂଖ୍ୟା ୯୭ ହେବ ଓ ଏନଡିଏର ସଦସ୍ୟ ସଂଖ୍ୟା ୧୨୦ ହୋଇଯିବ । ରାଜ୍ୟସଭାରେ କଂଗ୍ରେସର ୨୭ ଓ ସହଯୋଗୀ ଦଳର ୫୮ ସଦସ୍ୟ ଥିବା ବେଳେ ରାଜ୍ୟସଭାରେ ବିରୋଧୀଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। ରାଜ୍ୟସଭାରେ ବହୁ ସଂଖ୍ୟାରେ ସଦସ୍ୟ ଥିବା ଅନ୍ୟାନ୍ୟ ଦଳର ଓ୍ଵାଇଏସଆର କଂଗ୍ରେସର ୯ ଜଣ ଓ ବିଜୁ ଜନତା ଦଳର ୭ ଜଣ ସଦସ୍ୟ ଅଛନ୍ତି। ଏଆଇଏଡିଏମକେର ୪ ଜଣ ସଦସ୍ୟ, ୩ ଜଣ ସ୍ୱାଧୀନ ଏବଂ ଛୋଟ ଦଳର ଅନ୍ୟ ସାଂସଦ ଅଛନ୍ତି ଯେଉଁମାନେ କଂଗ୍ରେସ କିମ୍ବା ବିଜେପିର ମେଣ୍ଟରେ ସାମିଲ ନୁହଁନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/vRJh38yMsWpWM3ZeZ5gv.jpeg)