ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଚାଲିଥିବା ନିର୍ବାଚନୀ ଉତ୍ତେଜନା ପରେ ବୁଧବାର (ଜୁନ୍ ୫) ଏନଡିଏ ବୈଠକ ଶେଷ ହୋଇଛି। ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଜୁନ୍ ୭ ରେ ଏନଡିଏ ସାଂସଦଙ୍କ ବୈଠକ ପରେ ସମସ୍ତ ସହଯୋଗୀ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।

Advertisment

ରିପୋର୍ଟ ଅନୁଯାୟୀ, ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ତରଫରୁ ଏହି ନେତାମାନଙ୍କୁ ଜୁନ୍ ୭ ତାରିଖ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୭ ତାରିଖଦିନ ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଏବଂ ତା'ପରେ ଅପରାହ୍ନ ୨ଟା ୩୦ରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ, ଯେଉଁଥିରେ ନରେନ୍ଦ୍ର ମୋଦିପ୍ରଥମେ ନିର୍ବାଚିତ ହେବେ। ଏହାପରେ ଅପରାହ୍ନ ୫ଟା ପରେ ଏନଡିଏର ଫ୍ଲୋର ଲିଡର ଏବଂ ଏନଡିଏର ସହଯୋଗୀ ଦଳର ସଭାପତି, ଏନଡିଏର ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ଭବନଯିବେ । ଏଥିସହିତ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ।