ବିହାର ଜନାଦେଶ : ପ୍ରାରମ୍ଭିକ ଫଳାଫଳରୁ ଏନଡିଏ ଆଗୁଆ, ପଛରେ ପଡ଼ିଲା ମହାମେଣ୍ଟ

ପାଟନା : ସମସ୍ତ ଏକଜିଟ୍ ପୋଲ ରିପୋର୍ଟକୁ ଭୁଲ ପ୍ରମାଣିତ କରି, ବିହାର ନିର୍ବାଚନର ଫଳାଫଳ ଏକ ଅତି ପ୍ରତିଦ୍ବନ୍ଦିତା ସ୍ତରକୁ ଗତି କରିବା ଭଳି ଲାଗୁଛି । ନିର୍ବାଚନ ଆୟୋଗ ଦ୍ବାରା ଜାରି ପ୍ରାରମ୍ଭିକ ଭୋଟଗଣତି ଫଳାଫଳରୁ ଜଣାପଡ଼ିଛି ଯେ ଜେଡିୟୁ ନେତୃତ୍ବାଧୀନ ଏନଡିଏ ୧୧୯ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ୧୦୦ଟି ଆସନରେ ଆଗୁଆ ରହିଛି ।

ଏନଡିଏ ମଧ୍ୟରୁ ବିଜେପି ୬୧ଟି ଆସନରେ , ଜେଡିୟୁ ୫୧ଟି ଆସନରେ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୬ଟି ଆସନରେ ଆଗୁଆ ରହିଛନ୍ତି ।

ଅନ୍ୟପକ୍ଷରେ ମହାମେଣ୍ଟ ମଧ୍ୟରୁ ଆରଜେଡି ୬୨, କଂଗ୍ରେସ ୨୦ଟି ଓ ବାମଦଳ ୧୮ଟି ଆସନରେ ଆଗୁଆ ଅଛନ୍ତି ।

ଦୁଇଦିନ ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ ପୋଲ ରିପୋର୍ଟରେ ମହାମେଣ୍ଟକୁ ବିପୁଳ ବହୁମତ ମିଳିବା ବିଷୟରେ ପୂର୍ବାନୁମାନ କରାଯାଇଥିଲା । ଏହା ସହିତ ଜେତସ୍ବୀ ଯାଦବଙ୍କୁ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରାଯାଇଥିଲା । କିନ୍ତୁ ଆଜି ଭୋଟ ଫଳାଫଳ ଉକ୍ତ ରିପୋର୍ଟକୁ ଭୁଲ ପ୍ରମାଣିତ କରିବାର ସମ୍ଭାବନା ରହିଛି । ତେବେ ଆଗକୁ ଆହୁରି ଅନେକ ରାଉଣ୍ଡ ବାକି ଥିବାରୁ ଏକଜିଟ ପୋଲ ଫଳାଫଳ ଠିକ ହେବ ହି ଭୁଲ ହେବ ତାହା ଏବେ ଠାରୁ କହିବା ସମ୍ଭବ ନୁହେଁ ବୋଲି କେତେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର