ଷୋଡ଼ଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି କୋବିନ୍ଦ, ଆଜି ସଂଧ୍ୟାରେ ଏନ୍‌ଡିଏ ବୈଠକ

ନୂଆଦିଲ୍ଳୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଷୋଡ଼ଶ ଲୋକସଭା ଭଙ୍ଗ କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି କୋବିନ୍ଦ ତୁରନ୍ତ ଏହି ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ସୁପାରିସକୁ ଗ୍ରହଣ କରି ରାଷ୍ଟ୍ରପତି ଆଜି ତୁରନ୍ତ ଏହି ପଦକ୍ଷେପ ନେଇଛନ୍ତି।

ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋଦୀକୁ ଆଜି ସଂଧ୍ୟାରେ ବିଜେପି ନେତୃତ୍ୱଧୀନ ଏନ୍‌ଡିଏର ସାଂସଦମାନେ ଭେଟିବେ। ସଂସଦର ସେଣ୍ଟ୍ରାଳ୍‌ ହଲ୍‌ ଭିତରେ ସାଂସଦମାନେ ସଂଧ୍ୟା ୫ଟାରେ ଉପସ୍ଥିତ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସମ୍ବୋଧନ କରିବେ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆସନ୍ତା ୩୦ ତାରିଖରେ ମୋଦୀ ଶପଥ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗତକାଲି ଭେଟି ଷୋଡ଼ଶ ଲୋକସଭାରୁ ଇସ୍ତଫା ଦେଇଛନ୍ତି ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ରାଷ୍ଟ୍ରପତି କୋବିନ୍ଦ। ନିକଟରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ବିପୁଳ ବିଜୟ ପାଇଁ ଧନ୍ୟବାଦ ଦେବା ସହ ଲୋକସଭା ଭଙ୍ଗ କରିବା ପାଇଁ ସୁପାରିସ କରାଯାଇଥିଲା

ସମ୍ବନ୍ଧିତ ଖବର